କନକ ବ୍ୟୁରୋ: ରାଜଧାନୀର ଭିଡ ଦେଖିଲେ ବିଦେଶୀ ଖେଳାଳି । ହକି ବିଶ୍ୱକପ ପାଇଁ ବିଦେଶୀ ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରିଛି ପ୍ରଶାସନ । ସାଜସଜ୍ଜା ପାଖରୁ ଆରମ୍ଭ କରି ସଜେଇ ହୋଇଛି ରାଜଧାନୀ । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ରାଜଧାନୀର ଟ୍ରାଫିକ ବ୍ୟବସ୍ଥାର ଚିତ୍ର । ତେବେ ଆଜି ଟ୍ରାଫିକ ଜାମର ଚିତ୍ର ସାମ୍ନାକୁ ଆସିଥିଲା ଯେଉଁଥିଲେ ଅନେକ ଦୂର ଯାଏ ଗାଡି ଗୁଡିକ ଧାଡି ହୋଇ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଧାଡିରେ ରହିଛି ଫ୍ରାନ୍ସ ହକି ଖେଳାଳିଙ୍କ ବସ । ଫ୍ରାନ୍ସ ଟିମର ଖେଳାଳି ଅଭ୍ୟାସ ସାରି ବସରେ ଫେରିବା ବେଳେ ଟ୍ରାଫିକରେ ଗହଳି ପାଇଁ ଫସିଛନ୍ତି । ଜୟଦେବ ବିହାରରୁ ବରମୁଣ୍ଡା ଯାଏ ଓଭର ବ୍ରିଜ ଜାମ ରହିଛି । ତେଣୁ ଟ୍ରାଫିକ ଭିଡରେ ଫସିଛି ଫ୍ରାନ୍ସ ଖେଳାଳିଙ୍କ ବସ । ପାଖାପାଖି ଅଧ ଘଂଟାଏ ବସଟି ଗହଳି ଭିତରେ ଫସି ରହିଥିଲା ।
ଭିଡରେ ଫସିଲେ ବିଦେଶୀ ଖେଳାଳି। ରାଜଧାନୀ ଟ୍ରାଫିକରେ ଫସିଲେ ଫ୍ରାନ୍ସ ହକି ଖେଳାଳି।
/kanak/media/post_attachments/wp-content/uploads/2023/01/6-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)