କନକ ବ୍ୟୁରୋ: ମାଆ ମଝି ଘରିଆଣିଙ୍କ ଦାନ ହୁଣ୍ଡିରୁ ମିଳିଲା ପୁଳା ପୁଳା ବିଦେଶୀ ମୁଦ୍ରା। ୩୩ଟି ବିଦେଶୀ ମୁଦ୍ରା ମାଆଙ୍କ ଦାନ ହୁଣ୍ଡିରୁ ମିଳିଛି। ଯେଉଁଥିଲେ ଆମେରିକୀୟ, କାନାଡା ଡଲାର ସମେତ ପାଉଣ୍ଡ ମଧ୍ୟ ରହିଛି । ୩ ମାସ ପରେ ମାଆ ମଝିଘରିଆଣିଙ୍କ ଦାନ ହୁଣ୍ଡି ଖୋଲିଥିବା ବେଳେ ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ଗଣତି କରାଯାଇଛି। ପୋଲିସର କଡା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ରୁ ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସେଚ୍ଛାସେବୀ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ଗଣତିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଚଳିତ ଥର ୭୦ ରୁ ୮୦ ଲକ୍ଷ ଟଙ୍କା ମିଳିବ ବୋଲି ଆଶା ରଖିଛି ମନ୍ଦିର କମିଟି । ଗତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ୧୮ ତାରିଖ ଦିନ ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ୨ କେଜି ୩୦୦ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା ୬୬ଟା, ଅଚଳ ୨ହଜାର ଟଙ୍କା, ୫୦୦ ଟଙ୍କା ମିଳିଥିଲା । ଏହି ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯିବ। ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ। ସେପଟେ ମାଆଙ୍କ ହୁଣ୍ଡିରୁ ବାହାରିଲା ୩୩ଟି ବିଦେଶୀ ମୁଦ୍ରା।
ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣିଙ୍କ ଦାନ ହୁଣ୍ଡିରୁ ମିଳିଲା ପୁଳା ପୁଳା ବିଦେଶୀ ଟଙ୍କା: ବାହାରିଲା ଡଲାର, ପାଉଣ୍ଡ ସମେତ ୩୩ଟି ବିଦେଶୀ ମୁଦ୍ରା
Advertisment
Follow Us