କନକ ବ୍ୟୁରୋ : ବିଦେଶ ମନ୍ତ୍ରଣାଳୟକୁ ବଡ ସଫଳତା ମିଳିଛି । ୨୦୨୨ ଆରମ୍ଭର ପ୍ରଚେଷ୍ଟା ଫଳରେ ଗିନି ଓ ପୁଣି ନାଇଜେରିଆରେ ବନ୍ଧକ ଥିବା ୧୬ ଜଣ ଭାରତୀୟଙ୍କୁ ଭାରତ ଫେରାଇ ଆଣିବାରେ ସଫଳ ହୋଇଛି ବିଦେଶ ମନ୍ତ୍ରଣାଳୟ । ତେଲ ଟ୍ୟାଙ୍କର ଏମଟି ହିରୋଡେକ ଇଦୁନ ଓ ତାହାର ଚାଳକ ଦଳର ୨୬ ଜଣ ସଦସ୍ୟ, ଯେଉଁମାନଙ୍କ ମଧ୍ୟରେ ୧୬ ଜଣ ଭାରତୀୟ ନାଗରିକ ଥିଲେ ସେମାନଙ୍କ ଉପରେ ତେଲ ଚୋରୀ ଅଭିଯୋଗ ଅଣାଯାଇଥିଲା । ଏହାପରେ ଭାରତ ସରକାର ଗିନି ଓ ନାଇଜେରିଆରେ ନିଜର ମିଶନ ମାଧ୍ୟମରେ ଦ୍ୱିପାକ୍ଷୀକ ବୈଠକ ଓ ବିଭିନ୍ନ ସ୍ତରରେ ଏହି ପ୍ରସଙ୍ଗ ଉଠାଇଥିଲା ।

Advertisment

ଏହାପରେ ଭାରତ ସରକାର ଏହି ମାମଲାର ଶୀଘ୍ର ସମାଧାନ ଓ ଭାରତୀୟ ଚାଳକଙ୍କୁ ଦେଶକୁ ଫେରାଇଆଣିବା ନେଇ ଚାପ ପକାଇଥିଲା । ନାଇଜେରିଆ ସରକାର ସହ ହସ୍ତକ୍ଷେପ କରିବା ପରେ ୧୬ ଜଣ ଭାରତୀୟ ନାଗରିକଙ୍କୁ ନାଇଜେରିଆ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ।

ଚାଳକ ଦଳ ପାଇଁ ଆଇନ ପ୍ରତିନିଧିତ୍ୱର ବ୍ୟବସ୍ଥା କରିବାକୁ ଭାରତୀୟ ମିଶନ ତରଫରୁ ସିପିଂ କମ୍ପାନୀ ସହ କାମ ଆରମ୍ଭ କରିଥିଲା । ଏହି ଆଇନ ପ୍ରତିନିଧୀମାନେ ଉଜାଗର କରିଥିଲେ କି ତୈଳ ଚୋରି ଅଭିଯୋଗ ମିଥ୍ୟା ଅଟେ । ଏନେଇ ଆବଶ୍ୟକ ଅନୁମତି ସ୍ପଷ୍ଟ ଭାବେ ପ୍ରଦାନ କରାଯାଇଥିଲା । ଦୀର୍ଘଦିନର ଆଲୋଚନା ପରେ ଚାଳକ ଦଳ ବିରୋଧରେ ଥିବା ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା । ଏହାପରେ ମେ’୨୭ ତାରିଖରେ ଚାଳକ ଦଳକୁ ନାଇଜେରିଆ ତରଫରୁ ମୁକ୍ତ କରାଯାଇଥିଲା । ଏବେ ଭାରତୀୟ ଚାଳକ ଦଳର ୧୬ ଜଣ ସଦସ୍ୟ ଭାରତ ଫେରିଆସିଛନ୍ତି  ।