ଗୁଜରାଟରୁ ରାଜ୍ୟସଭା ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଏସ ଜୟଶଙ୍କର। କେନ୍ଦ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଛନ୍ତି ପୂର୍ବତନ ବୈଦେଶିକ ସଚିବ

ଗୁଜରାଟରୁ ରାଜ୍ୟସଭା ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଏସ ଜୟଶଙ୍କର। କେନ୍ଦ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଛନ୍ତି ପୂର୍ବତନ ବୈଦେଶିକ ସଚିବ

କନକ ବ୍ୟୁରୋ: ଆଜି ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନମାଙ୍କନ ପତ୍ର ଦାଖଲ କରିବେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଅମିତ ଶାହ ଓ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟର ଦୁଇଟି ରାଜ୍ୟସଭା ଆସନ ଖାଲି ରହିଛି । ଏଥିମଧ୍ୟରୁ ଗୋଟିଏ ଆସନ ପାଇଁ ନିର୍ବାଚନ ଲଢିବେ କେନ୍ଦ୍ର ମନ୍ତ୍ରୀ ଏସ ଜୟଶଙ୍କର । ଅନ୍ୟ ଆସନ ପାଇଁ ଯୁଗଲଜୀ ମାଥୁରଜୀ ଠାକୁର ପ୍ରାର୍ଥୀ ହେବେ ବୋଲି ଜଣାପଡିଛି ।

publive-image

ଗତକାଲି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଔପଚାରିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସଂସଦ ଭବନରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଏହି ବିଶିଷ୍ଟ କୂଟନୀତିଜ୍ଞ । ୧୯୭୭ ବ୍ୟାଚର ଏହି ଭାରତୀୟ ବିଦେଶ ସେବା ଅଧିକାରୀ ପୂର୍ବରୁ ବିଦେଶ ସଚିବ ଥିଲେ । ଜୟଶଙ୍କର ମୋଦିଙ୍କ ଜଣେ ଘନିଷ୍ଟ ସହଯୋଗୀ ଭାବେ ବେଶ୍ ଜଣାଶୁଣା । ବିଦେଶ ବ୍ୟାପାର କ୍ଷେତ୍ରରେ ତାଙ୍କୁ ମୋଦିଙ୍କ କ୍ରାଇସିସ୍ ମ୍ୟାନେଜର ବୋଲି କୁହାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe