କନକ ବ୍ୟୁରୋ : ଦିନରେ ଦେଶୀ ପୋଚ, ରାତିରେ ଜବତ ହେଲା ବିଦେଶୀ ମଦ । ବାଲେଶ୍ୱରରେ ଦିନରେ ପୋଲିସ ଚଢାଉ କରି ଦେଶୀ ପୋଚ ଜବତ କରିଥିବା ବେଳେ ରାତିରେ ବିଦେଶୀ ମଦ ଜବତ କରିଛି । ଏହା ପରେ ସତର୍କ ପୋଲିସ । ରାତିରେ ସହର ସାରା ପଇଁତରା ମାରିଛି ପୋଲିସ । ଏସ୍ପି ସାଗରିକ ନାଥଙ୍କ ନିର୍ଦ୍ଦେଶରେ ମହିଳା ପୋଲିସ ରାତିରେ ପଇଁତରା ମାରିଛି । ଏଥିରେ ସିଟି ଡିଏସ୍ପି, ସହଦେବଖୁଂଟା ଆଇଆଇସି, ଗୁଇନ୍ଦା ଡିଏସ୍ପି ସାମିଲ ହୋଇଥିଲେ । ବିଳମ୍ବିତ ରାତି ଯାଏଁ ରାତିରେ ଅଯଥା ନବୁଲିବାକୁ ତାଗିଦ କରିଥିଲେ ।
ରାତି ୧୦ଟା ପରେ ସବୁ ଦୋକାନ ବନ୍ଦ ପାଇଁ କୁହାଯାଇଥିଲା । ଗତକାଲି ଦିନ ସମୟରେ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଥିବା ବେଆଇନ ମଦ ଭାଟି ଉପରେ ଚଢାଉ କରାଯାଇଥିଲା । ଲୋକଙ୍କ ପୋଖରୀରେ ପୋତା ଯାଇଥିବା ବଡ଼ ବଡ଼ ଡବାରେ ଭର୍ତ୍ତି ପୋଚ ମିଳିଥିଲା । ୪୧ ହଜାର ଲିଟର ପୋଚ, ୫୦୦ ଲିଟର ଦେଶୀ ମଦ ଓ ମଦ ତିଆରି ସମାଗ୍ରୀ ଜବତ ହୋଇଥିଲା । ଏହା ପରେ ବାଲେଶ୍ୱର ନୂଆବଜାର ସ୍ଥିତ ଏକ ଘରୋଇ କୋଠାରେ ଚଢାଉ କରିଥିଲା ପୋଲିସ । ବିଦେଶୀ ମଦ ଜବତ କରିବା ସହ ଜଣେ ଅଭଯୁକ୍ତକୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/9-19.jpg)