କନକ ବ୍ୟୁରୋ: ଭୁବନେଶ୍ୱରରେ ସାପବିଷ କାରବାରର ଖୋଲୁଛି ସାଂଘାତିକ ସତ । ଶନିବାର କନକ ନ୍ୟୁଜର ଅଣ୍ଡରକଭର ରିପୋର୍ଟର ଏଭଳି କାରବାର ପର୍ଦ୍ଦାଫାସ କରିବା ପରେ ବନବିଭାଗର ନିଦ ହଜିଯାଇଛି ଆଉ ଆରମ୍ଭ ହୋଇଛି ଖୋଳତାଡ । ଆଶଙ୍କା କରାଯାଉଛି, ଏହି ପୂରା କାରବାରରେ ଅନ୍ତର୍ଜାତୀୟ ଲିଙ୍କ ଥାଇପାରେ । ଭୁବନେଶ୍ୱରରୁ ସାପ ବିଷ ଚୀନ ଓ ଅନ୍ୟ ଦେଶକୁ ପଠାଯାଉଥିବା ସନ୍ଦେହ ବି ଘନୀଭୂତ ହୋଇଛି ଆଉ ଏହାର ମୁଖ୍ୟ ପେଣ୍ଠସ୍ଥଳୀ କୋଲକାତା ବୋଲି ଜଣାପଡିଛି ।
ଏବେ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଚାହୁଁଛି ବନ ବିଭାଗ । ଏଥିପାଇଁ ୱାଇଲଡ ଲାଇଫ ପିସିସିଏଫଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସିଟି ଡିଏଫଓ । ଅଧିକ ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥା ୱାଇଲଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରେକ ଏକ ଟିମ୍ ବି ଆସିପାରେ । କନକ ନ୍ୟୁଜର ପର୍ଦ୍ଦାଫାସ ପରେ ଶନିବାର ଦିନ ଜଣେ ମହିଳାଙ୍କ ସମେତ ୬ ଜଣ ସାପ ବିଷ ଦଲାଲକୁ ଗିରଫ କରିବା ସହ ୧ ଲିଟର ୩୦୦ ମିଲିଲିଟର ବିଷ ଜବତ କରିଥିଲା ବନ ବିଭାଗ । ଯାହାର ମୂଲ୍ୟ ଦେଶରେ ଏକ କୋଟି ଓ ଅନ୍ତର୍ଜାତୀୟ ବଜାରରେ ୧୦ କୋଟି ହେବ ବୋଲି ଅନୁମାନ ଲଗାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/23-33.jpg)