ପ୍ରେମ ଶାଶ୍ୱତ,ଚିରନ୍ତନ । ଏହି ଅନୁଭବକୁ ଭାଷାରେ ବ୍ୟକ୍ତ କରିବା ଯେ କେତେ କଷ୍ଟକର ତାହାକୁ ଜଣେ ଭୁକ୍ତଭୋଗୀ ହିଁ କହିପାରିବେ । ଆପଣ ପ୍ରେମର ଅନେକ ଉଦାହରଣ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଦମ୍ପତିଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ ପ୍ରେମକାହାଣୀ ସମାଜ ପାଇଁ ଏକ ଉଦାହରଣ ପାଲଟିଛି । ଆଦ୍ରିଆନା ପେରାଲ୍ ନାମ୍ନୀ ଏହି ବିଦେଶିନୀ ନିଜ ପ୍ରେମ ପାଇଁ ସାତ ଦରିଆ ପାର କରି ଆସିଛନ୍ତି । ଆମେରିକାର ବିଳାସ ବ୍ୟସନ ଜୀବନ ଛାଡି ଗାଁ ମଫସଲର ଗାଇ ଗୋବରଭରା ପରିବେଶ ତାଙ୍କ ମନରେ ଭରି ଦେଇଛି ଆନନ୍ଦ ।
ସ୍ୱାଧୀନ ଭାବରେ ଜୀବନଯାପନ କରୁଥିବା କ୍ୟାଲିଫର୍ଣ୍ଣିଆର ଆଦ୍ରିଆନା ସୋସିଆଲ୍ ସାଇଟରେ ଭେଟିଥିଲେ ନିଜଠାରୁ ୧୬ ବର୍ଷ ସାନ ମୁକେଶ କୁମାରଙ୍କୁ । ସୋସିଆଲ୍ ସାଇଟରେ ଦୁହେଁ ମିଶିବା ପରେ କଥାବାର୍ତ୍ତା କିଛି ସମୟ ଧରି ଚାଲିଥିଲା ଏବଂ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ । ପ୍ରେମ ଆଦ୍ରିଆନାଙ୍କୁ ବିଦେଶ ଛାଡିବା ପାଇଁ ମଜବୁର କରିଥିଲା । ନିଜ ୨୫ ବର୍ଷୀୟା ଝିଅକୁ ଛାଡି ସେ ଚାଲିଆସିଥିଲେ ଭାରତ ।
ଆଦ୍ରିଆନା ଏବେ ସମସ୍ତଙ୍କୁ ନିଜ ପ୍ରେମର ଉଦାହରଣ ଦେଇଛନ୍ତି । ଆଧୁନିକ ଜୀବନଶୈଳୀରେ ବଢିଥିବା ଆଦ୍ରିଆନା ଏବେ ଗାଁ ପରିବେଶରେ ସ୍ୱାମୀ ମୁକେଶଙ୍କ ସହ ନିଜକୁ ଖାପଖୁଆଇ ଚଳାଉଛନ୍ତି ଏବଂ ସେ ନିଜ ବୈବାହିକ ଜୀବନରେ ଖୁବ୍ ଖୁସି ଅଛନ୍ତି ।
ପ୍ରେମ ପାଇଁ ସାତ ସମୁଦ୍ର ଲଙ୍ଘିଲେ ବିଦେଶିନୀ ! ଆଧୁନିକ ଜୀବନଶୈଳୀକୁ ପଛରେ ପକାଇ ହେଲେ ଗାଁର ବୋହୂ ।
/kanak/media/post_attachments/wp-content/uploads/2018/05/Love.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)