ବିଶ୍ୱକପ ହକି ଫିଭର ବେଳେ ମୁକୁଳା ନାଳରେ ପଡିଗଲେ ବିଦେଶୀ ସାମ୍ବାଦିକ । ଡ୍ରେନ ଭିତରକୁ ଖସି କୋରିଆ ଫଟୋଗ୍ରାଫର ଆହତ ।

618

କନକ ବ୍ୟୁରୋ: ମୁକୁଳା ନାଳରେ ଖସିପଡ଼ିଲେ ବିଦେଶୀ ସାମ୍ବାଦିକ । ହକି ବିଶ୍ୱକପ କଭରେଜ୍ ପାଇଁ ଭୁବନେଶ୍ୱର ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ମୁକୁଳା ଡ୍ରେନରେ ପଡ଼ି ଆହାତ ହୋଇଛନ୍ତି ।  ସୂଚନା ଅନୁସାରେ ଏହି ଫଟୋ ସାମ୍ବାଦିକ ଜଣକ ଗତକାଲି ରାତିରେ ଡୁମୁଡୁମା ଅଞ୍ଚଳରେ ଥିବା ଏକ ରାସ୍ତାକଡ଼ ଦୋକାନକୁ ଚା’ ପିଇବାକୁ ଯାଇଥିଲେ । ଚା’ ପିଇ ସାରିବା ପରେ ଦୋକାନୀଙ୍କ ସହ ଫଟୋ ଉଠାଉଥିଲେ ଏହି ସାମ୍ବାଦିକ । ଏହି ସମୟରେ ସେ ମୁକୁଳା ଡ୍ରେନରେ ପଡ଼ିଥିଲେ ।

ସାମ୍ବାଦିକ ଜଣକ ନାଳରେ ପଡ଼ି ଆହତ ହୋଇଯିବା ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସକୁ ଡାକିଥିଲେ । ହେଲେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଆସିନଥିବା ଅଭିଯୋଗ ହୋଇଛି । ଏହାପରେ ଜଣେ ବ୍ୟକ୍ତିଙ୍କ କାରରେ ସାମ୍ବାଦିକଙ୍କୁ ହସ୍ପିଟାଲ ନେଇଯାଇଥିଲେ । ବିଶ୍ୱକପ ହକି ପାଇଁ ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ପ୍ର୍ସ୍ତୁତି କରାଯାଇଥିଲେ ମଧ୍ୟ ସାମ୍ବାଦିକ ଜଣେ ନାଳରେ ପଡ଼ିଯିବା, ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।