କନକ ବ୍ୟୁରୋ: ମୁକୁଳା ନାଳରେ ଖସିପଡ଼ିଲେ ବିଦେଶୀ ସାମ୍ବାଦିକ । ହକି ବିଶ୍ୱକପ କଭରେଜ୍ ପାଇଁ ଭୁବନେଶ୍ୱର ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ମୁକୁଳା ଡ୍ରେନରେ ପଡ଼ି ଆହାତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଫଟୋ ସାମ୍ବାଦିକ ଜଣକ ଗତକାଲି ରାତିରେ ଡୁମୁଡୁମା ଅଞ୍ଚଳରେ ଥିବା ଏକ ରାସ୍ତାକଡ଼ ଦୋକାନକୁ ଚା’ ପିଇବାକୁ ଯାଇଥିଲେ । ଚା’ ପିଇ ସାରିବା ପରେ ଦୋକାନୀଙ୍କ ସହ ଫଟୋ ଉଠାଉଥିଲେ ଏହି ସାମ୍ବାଦିକ । ଏହି ସମୟରେ ସେ ମୁକୁଳା ଡ୍ରେନରେ ପଡ଼ିଥିଲେ ।
ସାମ୍ବାଦିକ ଜଣକ ନାଳରେ ପଡ଼ି ଆହତ ହୋଇଯିବା ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସକୁ ଡାକିଥିଲେ । ହେଲେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଆସିନଥିବା ଅଭିଯୋଗ ହୋଇଛି । ଏହାପରେ ଜଣେ ବ୍ୟକ୍ତିଙ୍କ କାରରେ ସାମ୍ବାଦିକଙ୍କୁ ହସ୍ପିଟାଲ ନେଇଯାଇଥିଲେ । ବିଶ୍ୱକପ ହକି ପାଇଁ ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ପ୍ର୍ସ୍ତୁତି କରାଯାଇଥିଲେ ମଧ୍ୟ ସାମ୍ବାଦିକ ଜଣେ ନାଳରେ ପଡ଼ିଯିବା, ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/01/Collage-Maker-12-Jan-2023-09.11-PM.jpg)