୧୫୮ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା,ଖଲିସ୍ତାନୀ ସମର୍ଥକ ପଛରେ ଫରେନ ଫଣ୍ଡିଂ !

178

କନକ ବ୍ୟୁରୋ : ଅମ୍ରିତପାଲର ସାଧାସିଧା ଚେହେରା ପଛରେ କେତେ ବଡ ସାତିର ଦିମାଗ ରହିଛି ସେକଥା ପୂରା ଦେଶ ଏବେ ଜାଣିସାରିଛି । ନିଜକୁ ଖଲିସ୍ତାନୀ ସମର୍ଥକ କହି ଖଲିସ୍ତାନୀ ଆନ୍ଦୋଳନରେ ସାମିଲ ହେବା, ଯୁବକଙ୍କୁ ଉସକାଇବା, ଦେଶ ଓ ଦେଶ ବାହାରେ ହଙ୍ଗାମା କରିବା ଭଳି ଅନେକ ଅଭିଯୋଗ ଘେରରେ ରହିଛି ଅମ୍ରିତପାଲ । ଅଜନାଲ ହିଂସା ମାମଲାରେ ୬ଦିନ ହେବ ପୁଲିସ ହାତରୁ ଫେରାର ଥିବା ଅମ୍ରିତକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଅମ୍ରିତପାଲ ପଞ୍ଜାବରେ ନିଜର ଯେଉଁ ଶକ୍ତିପ୍ରଦର୍ଶନ ପ୍ରଦର୍ଶନ କରୁଛି ଏହା ପଛରେ ବିଦେଶୀ ଫଣ୍ଡ ଓ ଟେରର ଫଣ୍ଡିର ହାତ ଥିବା କୁହାଯାଉଛି ।

ଅମ୍ରିତପାଲର ୧୫୮ ବ୍ୟାଙ୍କ ଆକାଉଣ୍ଟ:

• ଅମ୍ରିତପାଲର ରହିଛି ମୋଟ ୧୫୮ ବ୍ୟାଙ୍କ ଆକାଉଣ୍ଟ
• ୨୮ଟି ବ୍ୟାଙ୍କ ଖାତାକୁ ୫କୋଟିରୁ ଅଧିକ ଟଙ୍କା ପଠାଯାଇଛି
• ଅଧିକାଂଶ ବ୍ୟାଙ୍କ ପଞ୍ଜାବରେ ରହିଛି
• ଅମ୍ରିତପାଲ, ପତ୍ନୀ କିରଣଦୀପ ଓ ସମ୍ପର୍କୀୟଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ରହିଛି

ପୁଲିସ ଓ ତଦନ୍ତକାରୀ ସଂସ୍ଥା ହାତରେ ଏହି ବଡ ତଥ୍ୟ ଲାଗିବା ପରେ ଏହି ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ଖୋଳତାଡ ଆରମ୍ଭ ହୋଇଛି । କେବଳ ଦେଶଦ୍ରୋହ ନୁହେଁ ଟେରର ଫଣ୍ଡି ମାମଲାରେ ମଧ୍ୟ ତଦନ୍ତ କରାଯାଉଛି ।

ଅମ୍ରିତପାଲ ପଛରେ ବିଦେଶୀ ଶକ୍ତି!
• କେଉଁ ଦେଶରୁ କେତେ ଟଙ୍କା ଅମ୍ରିତପାଲର ବ୍ୟାଙ୍କ ଖାତାକୁ ଆସିଛି?
• ମୋଟାଅଙ୍କର ଅର୍ଥ କେଉଁ ବାବଦକୁ ଖର୍ଚ୍ଚ କରାଯାଇଛି?
• ଖଲିସ୍ତାନୀ ସଂଗଠନକୁ ସକ୍ରିୟ କରିବାକୁ ଟଙ୍କା ଖର୍ଚ୍ଚ କରାଯାଇଛି କି?
• କେଉଁମାନଙ୍କ ନାଁରେ ବ୍ୟାଙ୍କ ଖାତାରହିଛି?
• ବ୍ୟାଙ୍କ ଖାତାଗୁଡିକୁ ନିଜେ ଅମ୍ରିତପାଲ ଚଳାଉଥିଲା ନା ପଛରେ ଆଉ କିଏ ଥିଲେ?
• ଅମ୍ରିତପାଲର ସଂଗଠନ ୱାରିସ ଦେ ପଂଜାବ ନାଁରେ କିଛି ଖାତା ଓ ସମ୍ପତ୍ତି ରହିଛି ନା ନାହିଁ?

ଗୋଟେ ପଟେ ଅମ୍ରିତପାଲ ଫେରାର ଥିବାବେଳେ ଅନ୍ୟପଟେ ତାର ପୈତୃକଗାଁରେ ପହଁଚି ମା ଓ ସ୍ତ୍ରୀକୁ ଜେରା କରିଛି ପୁଲିସ । ସବୁଠୁ ବଡ କଥା ହେଉଛି ଅମ୍ରିତପାଲର ପତ୍ନୀ କିରଣ ଦୀପ କୌର ଜଣେ ଏନଆରଆଇ ହେବା ସହ ଫରେନ ଫଣ୍ଡିଂ ପଛରେ ମଧ୍ୟ ବଡ ହାତ ରହିଛି ।