ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ବିଦେଶିନୀ : କଟକଣା ଯୋଗୁଁ ମଠରେ ଜପୁଛନ୍ତି କାଳିଆ ନାମ; ୟୁରୋପରୁ ଆସି ବାଲେଶ୍ୱରର ଏକ ମଠରେ ଅଛନ୍ତି ଲୀଳାବତି

238

କନକ ବ୍ୟୁରୋ : କାଳିଆ ପ୍ରେମରେ ବନ୍ଧା ବିଦେଶୀଭକ୍ତ । ୟୁରୋପରେ ଘର ହୋଇଥିଲେ ମଧ୍ୟ ସନାତନ ଧର୍ମରେ ଅନୁପ୍ରାଣିତ ହୋଇ ୧୦ ବର୍ଷ ହେଲା ଭାରତରେ ରହୁଛନ୍ତି ଲୀଳାବତି । ବର୍ଷ ତମାମ ଦେଶର କୋଣ ଅନୁକୋଣ ବୁଲି ଶ୍ରୀକୃଷ୍ଣ ଲୀଳା ପ୍ରଚାର କରୁଛନ୍ତି । ବାଲେଶ୍ୱର ଆସିଥିବା ବେଳେ ଖନ୍ତାପଡ଼ା ନିକଟ ଗୌଡ଼ିୟ ମଠରେ ଅଟକି ଯାଇଛନ୍ତି ।

ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ମନରେ ଅନେକ ଇଛା । ହେଲେ ବିଦେଶିନୀ ହୋଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । ଆଶା କରିଥିଲେ, ରଥଯାତ୍ରାରେ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଲେ ରଥାରୁଢ଼ ଦିଅଁଙ୍କୁ ଦର୍ଶନ କରିବେ । କରୋନା କଟକଣା ଯୋଗୁଁ ତାହା ମଧ୍ୟ ସମ୍ଭବ ହେଲା ନାହିଁ । ଏବେ କେବଳ ଅନୁରୋଧ କରୁଛନ୍ତି ଶ୍ରୀମନ୍ଦିର ଯାଉଥିିବା ଭକ୍ତ ଟିକେ ତାଙ୍କ ମନ କଥା କାଳିଆକୁ କହିଦେବେ ।

ଲୀଳାବତୀଙ୍କ ଘର ୟୁରୋପରେ। ବିଦେଶିନୀ ହୋଇଥିଲେ ମଧ୍ୟ ସନାତନ ଧର୍ମରେ ଅନୁପ୍ରାଣିତ ହୋଇ ୧୦ ବର୍ଷ ହେଲା ସେ ନିଜ ଘର ତଥା ଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି । ବର୍ଷତମାମ୍‌ ଦେଶର କୋଣ, ଅନୁକୋଣ ବୁଲି ଶ୍ରୀକୃଷ୍ଣ ଲୀଳା ପ୍ରଚାର କରୁଛନ୍ତି । ବାଲେଶ୍ବର ଆସିଥିବା ବେଳେ ଖନ୍ତ‌ାପଡ଼ା ନିକଟସ୍ଥ ରାଧାମାଧବ ଗୌଡ଼ୀୟ ମଠରେ ଅଟକି ଯାଇଛନ୍ତି ଲୀଲାବତୀ । ଏବେ ମନରେ ତାଙ୍କର ଗୋଟିଏ ଇଚ୍ଛା ଓ ଆଶା- କାଳିଆ ସାଆନ୍ତଙ୍କ ଦର୍ଶନଲାଭ କରିବେ । ପ୍ରତିବର୍ଷ ରଥଯାତ୍ରା ସମୟରେ ସେ ନିଜ ଗୁରୁ ମହାରାଜଙ୍କ ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି। ହେଲେ କରୋନା ମହାମାରୀ ପାଇଁ ସେ ଦୁଇବର୍ଷ ହେ‌ଲା ଏଠାରେ ଅଟକି ଯାଇଥିବା ବେଳେ ଦିନରାତି ଶ୍ରୀଜଗନ୍ନାଥଙ୍କ ଭଜନକୀର୍ତ୍ତନରେ ସେ ମଜି ଯାଇଛନ୍ତି ।