ବିଦେଶୀ ମୁଦ୍ରାର ଚୋରା ଚାଲାଣ ! ଚମନପ୍ରାସ ଏବଂ କସ୍ମେଟିକ କେନରୁ ମିଳୁଛି ବିଦେଶି ମୁଦ୍ରା ।

Advertisment
ବିଦେଶୀ ମୁଦ୍ରାର ଚୋରା ଚାଲାଣ ! ଚମନପ୍ରାସ ଏବଂ କସ୍ମେଟିକ କେନରୁ ମିଳୁଛି ବିଦେଶି ମୁଦ୍ରା ।

source : Dialdish

ଚମନପ୍ରାସ ଡବା ଏବଂ କସ୍ମେଟିକ କେନରୁ ଏବେ ବାହାରୁଛି ବିଦେଶି ମୁଦ୍ରା । ଆଜ୍ଞା ହଁ, ଏହା ଚମନପ୍ରାସ କିମ୍ବା କସ୍ମେଟିକ କମ୍ପାନୀର କୌଣସି ଅଫର ନୁହେଁ କି ଏହା ଭୁଲ ବସତଃ ଏପରି ହୋଇନାହିଁ । ପ୍ରକୃତରେ ହାୱାଲା କାରବାରରେ ତସ୍କରମାନଙ୍କର ଏହା ହେଉଛି ଏକ ନୂଆ ଚାଲ୍ । ତେବେ ତସ୍କରମାନେ କସ୍ମେଟିକ ଏବଂ ଚମନପ୍ରାସ ଡବା ଭିତରେ ବିଦେଶି ମୂଦ୍ରାକୁ ଭର୍ତ୍ତି କରି ବିଦେଶ ଚାଲାଣ କରୁଥାନ୍ତି । ଗତ ଏପ୍ରିଲ ମାସରେ ଇଂନ୍ଦିରା ଗାନ୍ଧି ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ବିଦେଶି ମୁଦ୍ରା ଚାଲାଣ କରୁଥିବା ଚାରି ତସ୍କରଙ୍କୁ ଡିଆରଆଇ ଗିରଫ କରିବା ସହ ପ୍ରାୟ ୧.୯୩ କୋଟି ଟଙ୍କାର ବିଦେଶି ମୁଦ୍ରା ଜବତ କରିଛି ।  publive-imageବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏପ୍ରିଲ ୨୦ ତାରିଖରେ ଆଇଜିଆଇ ଏୟାରପୋର୍ଟରେ ଗୋଟିଏ ଗୋଟିଏ କରି ତିନି ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ଏହି ଯୁବକମାନଙ୍କ ମଧ୍ୟରୁ କିଏ କ୍ରିମ ଡବାରେ ତ ଆଉ କିଏ ଡିଓ କେନରେ ବିଦେଶି ମୁଦ୍ରା ଲୁଚାଇ ବିଦେଶ ଚାଲାଣ କରୁଥିଲେ । ଏହି ତିନି ଜଣଙ୍କ ଠାରୁ ଆମେରିକାର ଡଲାର ଦିରହମ ଏବଂ ଓମାନୀ ରିୟାଲ ଜବତ କରାଯାଇଥିଲା । ଜବତ କରାଯାଇଥିବା ଟଙ୍କା ଭାରତୀୟ ମୁଦ୍ରାର ମୂଲ୍ୟ ଅନୁସାରେ ୭୯.୫୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଏହା ପରେ ଡିଆରଆଇ ଆଉ ଏକ ଯୁବକକୁ ଗିରଫ କରିଥିଲା । ଯାହା ପାଖରୁ ଚମନପ୍ରାସ ଡବାରେ ଚାଲାଣ ହେଉଥିବା ୫୮.୫ ଲକ୍ଷ ଟଙ୍କାର ବିଦେଶି ମୁଦ୍ରା ଜବତ କରାଯାଇଥିଲା ।publive-imageଖାଡି ଦେଶକୁ ଯାଉଥିବା ପ୍ରତିଟି ବ୍ୟକ୍ତି ଉପରେ କଷ୍ଟମର ନଜର।
ଖାଡି ଦେଶର ରାସ୍ତା ଦେଇ ବିଦେଶି ମୁଦ୍ରା ଏବଂ ସୁନାର ଅବୈଧ ବ୍ୟାପାର ହେଉଥିବାରୁ ଏଥିରେ ରୋକ ଲଗାଇବା ପାଇଁ କଷ୍ଟମର ଅଧିକାରୀ ମାନେ ଖାଡି ଯାଉଥିବା ପ୍ରତିଟି ବ୍ୟକ୍ତି ଉପରେ ନଜର ରଖୁଛି । ଏକ ସପ୍ଟଓୟାର ଜରିଆରେ ସେହି ବ୍ୟକ୍ତି ମାନଙ୍କ ଉପରେ ଡିଆରଆଇ ନଜର ରଖୁଛି ଯେଉଁ ମାନେ ଏକାଧିକ ବାର ଖାଡି ଯାତ୍ରା କରୁଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe