ଚମନପ୍ରାସ ଡବା ଏବଂ କସ୍ମେଟିକ କେନରୁ ଏବେ ବାହାରୁଛି ବିଦେଶି ମୁଦ୍ରା । ଆଜ୍ଞା ହଁ, ଏହା ଚମନପ୍ରାସ କିମ୍ବା କସ୍ମେଟିକ କମ୍ପାନୀର କୌଣସି ଅଫର ନୁହେଁ କି ଏହା ଭୁଲ ବସତଃ ଏପରି ହୋଇନାହିଁ । ପ୍ରକୃତରେ ହାୱାଲା କାରବାରରେ ତସ୍କରମାନଙ୍କର ଏହା ହେଉଛି ଏକ ନୂଆ ଚାଲ୍ । ତେବେ ତସ୍କରମାନେ କସ୍ମେଟିକ ଏବଂ ଚମନପ୍ରାସ ଡବା ଭିତରେ ବିଦେଶି ମୂଦ୍ରାକୁ ଭର୍ତ୍ତି କରି ବିଦେଶ ଚାଲାଣ କରୁଥାନ୍ତି । ଗତ ଏପ୍ରିଲ ମାସରେ ଇଂନ୍ଦିରା ଗାନ୍ଧି ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ବିଦେଶି ମୁଦ୍ରା ଚାଲାଣ କରୁଥିବା ଚାରି ତସ୍କରଙ୍କୁ ଡିଆରଆଇ ଗିରଫ କରିବା ସହ ପ୍ରାୟ ୧.୯୩ କୋଟି ଟଙ୍କାର ବିଦେଶି ମୁଦ୍ରା ଜବତ କରିଛି ।
ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏପ୍ରିଲ ୨୦ ତାରିଖରେ ଆଇଜିଆଇ ଏୟାରପୋର୍ଟରେ ଗୋଟିଏ ଗୋଟିଏ କରି ତିନି ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ଏହି ଯୁବକମାନଙ୍କ ମଧ୍ୟରୁ କିଏ କ୍ରିମ ଡବାରେ ତ ଆଉ କିଏ ଡିଓ କେନରେ ବିଦେଶି ମୁଦ୍ରା ଲୁଚାଇ ବିଦେଶ ଚାଲାଣ କରୁଥିଲେ । ଏହି ତିନି ଜଣଙ୍କ ଠାରୁ ଆମେରିକାର ଡଲାର ଦିରହମ ଏବଂ ଓମାନୀ ରିୟାଲ ଜବତ କରାଯାଇଥିଲା । ଜବତ କରାଯାଇଥିବା ଟଙ୍କା ଭାରତୀୟ ମୁଦ୍ରାର ମୂଲ୍ୟ ଅନୁସାରେ ୭୯.୫୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଏହା ପରେ ଡିଆରଆଇ ଆଉ ଏକ ଯୁବକକୁ ଗିରଫ କରିଥିଲା । ଯାହା ପାଖରୁ ଚମନପ୍ରାସ ଡବାରେ ଚାଲାଣ ହେଉଥିବା ୫୮.୫ ଲକ୍ଷ ଟଙ୍କାର ବିଦେଶି ମୁଦ୍ରା ଜବତ କରାଯାଇଥିଲା ।
ଖାଡି ଦେଶକୁ ଯାଉଥିବା ପ୍ରତିଟି ବ୍ୟକ୍ତି ଉପରେ କଷ୍ଟମର ନଜର।
/kanak/media/post_attachments/wp-content/uploads/2018/05/Silver-Aluminum-Jars-for-Powder-Packaging-Made-in-China-PPC-ATC-090--300x225.jpg)
/kanak/media/post_attachments/wp-content/uploads/2018/05/8543024_1-300x286.jpg)
ଖାଡି ଦେଶର ରାସ୍ତା ଦେଇ ବିଦେଶି ମୁଦ୍ରା ଏବଂ ସୁନାର ଅବୈଧ ବ୍ୟାପାର ହେଉଥିବାରୁ ଏଥିରେ ରୋକ ଲଗାଇବା ପାଇଁ କଷ୍ଟମର ଅଧିକାରୀ ମାନେ ଖାଡି ଯାଉଥିବା ପ୍ରତିଟି ବ୍ୟକ୍ତି ଉପରେ ନଜର ରଖୁଛି । ଏକ ସପ୍ଟଓୟାର ଜରିଆରେ ସେହି ବ୍ୟକ୍ତି ମାନଙ୍କ ଉପରେ ଡିଆରଆଇ ନଜର ରଖୁଛି ଯେଉଁ ମାନେ ଏକାଧିକ ବାର ଖାଡି ଯାତ୍ରା କରୁଛନ୍ତି ।