ଦେଶୀ ଟିକାକୁ ବିଦେଶୀ ସାର୍ଟିଫିକେଟ୍ । କୋଭାକ୍ସିନ୍ ଟିକାର ଉପାଦେୟତାକୁ ପ୍ରଶଂସା କଲା, ବିଶ୍ୱର ସବୁଠୁ ପୁରୁଣା ମେଡ଼ିକାଲ ଜର୍ଣ୍ଣାନ ଲାନ୍ସେଟ ।

96

କନକ ବ୍ୟୁରୋ : ଯେଉଁ ବିଶ୍ୱାସ ରଖି ସାରା ଭାରତରେ ଚାଲିଥିବା ଟିକାକରଣ ପ୍ରକ୍ରିୟାରେ କୋଭାକସିନ ଟିକା ଦିଆଯାଉଥିଲା ସେହି ବିଶ୍ୱାସ ଧୀରେ ଧୀରେ ସତ ପ୍ରମାଣ ହେବାରେ ଲାଗିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକସିନ ସୁରକ୍ଷିତ, ପ୍ରତିରୋଧଶକ୍ତିଯୁକ୍ତ ଏବଂ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଏହାର ଫେଜ-ଟୁ ପରୀକ୍ଷାର ଫଳ ପ୍ରକାଶ କରି ଲାନସେଟ ପକ୍ଷରୁ ଏହା କୁହାଯାଇଛି । ଲାନସେଟ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ଏବଂ ନିର୍ଭରଯୋଗ୍ୟ ମେଡିକାଲ ଜର୍ଣ୍ଣାଲ ।

ଲାନସେଟ ତାର ରିପୋର୍ଟରେ କହିଛି
-ହାଇଦ୍ରାବାଦର ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକସିନ ସୁରକ୍ଷିତ ଏବଂ ପ୍ରତିରୋଧଶକ୍ତିଯୁକ୍ତ
-ଦ୍ୱିତୀୟ ଥର ଟିକାକରଣ ପରେ କୋଭାକସିନ ଟିକା ନେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ରୋଗପ୍ରତିରୋଧ ଶକ୍ତି ବଢିଥିବାର ଦେଖିବାକୁ ମିଳିଥିଲା
-ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକସିନର କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଏଥିସହ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ତୁଳନାରେ ଅଧିକ ସୁରକ୍ଷିତ ବୋଲି ଜଣାପଡିଥିଲା ।

ଆଇସିଏମଆର ଏବଂ ଭାରତ ବାୟୋଟେକର ମିଳିତ ପ୍ରୟାସରେ ନିର୍ମାଣ ହୋଇଥିବା କୋଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳରୁ ସ୍ପଷ୍ଟ ହୋଇଥିଲା ଏହା ୮୧ ପ୍ରତିଶତ ଫଳପ୍ରଦ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨୫ହଜାର ୮୦୦ଜଣ ଅଂଶଗ୍ରହଣ କରିଥିଲେ ।