ବିଦେଶୀ ଉପରେ ସ୍ୱଦେଶୀ ମୋହର ! ବିଦେଶୀ ଯୁଦ୍ଧ ସାମଗ୍ରୀ ଉପରେ ଲାଗିବ ‘ମେଡ୍ ଇନ୍ ଇଣ୍ଡିଆ’ ଟ୍ୟାଗ୍ ।

54

ବିଦେଶୀ ଯୁଦ୍ଧ ସାମଗ୍ରୀ ଉପରେ ଏବେ ସ୍ୱଦେଶୀ ମୋହର ଲାଗିବ । ୟୁଏସ୍ ଏବଂ ୟୁକେର ସ୍ପେଶାଲ ଫୋର୍ସ ଦ୍ୱାରା ପ୍ରସ୍ତୁତ ହେଉଥିବା ରାଇଫଲ୍ ଉପରେ ଏବେ ‘ମେଡ୍ ଇନ୍ ଇଣ୍ଡିଆ’ ଟ୍ୟାଗ୍ ଲାଗିବ । ଥିରୁବିନ୍ଦଥାଇ ସ୍ଥାନରେ ଡିଫେନ୍ସ ଏକ୍ସପୋ-୨୦୧୮ ରେ ୫ରୁ ଅଧିକ ଭାରତୀୟ କମ୍ପାନୀ ଏହା ଉପରେ ମୁହଁ ଖୋଲିଛନ୍ତି । ଭାରତୀୟ ଯୁଦ୍ଧ ସାମଗ୍ରୀ ଅପେକ୍ଷା ଏହି ରାଇଫଲ୍ ଏବଂ ଯୁଦ୍ଧ ସାମଗ୍ରୀର ଶକ୍ତି ଖୁବ୍ ଅଧିକ । ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଏହି ରାଇଫଲକୁ ପ୍ରସ୍ତୁତ କରାଯାଇଛି । ଅଧିକାରୀଙ୍କ କହିବାନୁଯାୟୀ ଏହି ଯୁଦ୍ଧ ସାମଗ୍ରୀକୁ ଭାରତୀୟ ସେନାରେ ଆଣିବା ପାଇଁ କିଛି ସମୟ ଲାଗିପାରେ । ଏହାର କାରଣ ଯୁଦ୍ଧ ସାମଗ୍ରୀ କିଣାବିକାରେ ବହୁତ ଲମ୍ବା ସମୟ ଲାଗିଥାଏ । ଛୋଟ ବନ୍ଧୁକ,ରାଇଫଲସ୍ ଏବଂ ସ୍ନାଇପର ରାଇଫଲସକୁ ଡିଜର୍ଟ ଟେକ୍ ଅଫ୍ ୟୁଏସଏ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବେଳେ ଲୀବିସ୍ ମେସିନ୍,ଟୁଲ କମ୍ପାନୀ ଏବଂ ଷ୍ଟେୟର ମନଲିଚେର ଅଫ୍ ଅଷ୍ଟ୍ରେଲିଆକୁ ଭାରତୀୟ ପାଟର୍ଣ୍ଣ ଦ୍ୱାରା ପ୍ରସ୍ତୁତ କରାଯାଏ ।

ନେକୋ ଡିଜର୍ଟ ଟେକ୍ ଡିଫେନ୍ସର ମ୍ୟାନେଜିଙ୍ଗ ଡାଇରେକ୍ଟର ଆନନ୍ଦ ଜଏସେୱାଲଙ୍କ କହିବାନୁସାରେ ଜେବି କମ୍ପାନୀକୁ ଟ୍ରାନ୍ସଫର ଅଫ୍ ଟେକ୍ନୋଲୋଜିକୁ ରାଇଫଲ ପ୍ରସ୍ତୁତ କରିବାକୁ କୁହାଯାଇଛି । ଭାରତ ସରକାର ଏଥିପାଇଁ ଦେଢମାସ ପୂର୍ବରୁ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିଛନ୍ତି । କମ୍ପାନୀ କିଛି ମାସରେ ରାଇଫଲ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ କରିଦେବ । ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ ଏହି ରାଇଫଲ ଗୁଡିକୁ ସ୍ପେଶାଲ୍ ଫୋର୍ସ ଦ୍ୱାରା ପ୍ରୟୋଗ କରାଯିବ । ସ୍ପେଶାଲ୍ ଫୋର୍ସ ମଧ୍ୟରେ ରିପବ୍ଲିକ, ୟୁଏଇ ଲିଥୁଆନିଆ, ଥାଇଲ୍ୟାଣ୍ଡ ଏବଂ ଅନ୍ୟ କେତେକ ଦେଶ ମଧ୍ୟ ରହିଅଛି ।