ପାରମ୍ପରିକ ଚାଷ ଅପେକ୍ଷା ଉନ୍ନତମାନର ଫଳ ଚାଷରୁ ମିଳୁଛି ଭଲ ରୋଜଗାର । ବିଦେଶୀ ଫଳ ଚାଷକରି ଅତ୍ମନିର୍ଭର ହେଉଛନ୍ତି ଚାଷୀ

99

କନକ ବ୍ୟୁରୋ : ଧାନ, ପାନ, ବିରି, ମୁଗ ଭଳି ପାରମ୍ପରିକ ଚାଷ ଅପେକ୍ଷା ଏବେ ଉନ୍ନତ ମାନର ଫଳ ଚାଷ କରିବାକୁ ପସନ୍ଦ କରୁଛନ୍ତି ଲୋକେ । ବଜାରରେ ବିଦେଶୀ ଫଳର ଚାହିଦା ବଢ଼ୁଛି । ତେଣୁ ଭଦ୍ରକ ଜିଲ୍ଲା ବାସୁଦେବପୁର ରତିକାନ୍ତ ପାଢ଼ୀ ତାଙ୍କ ବାଡ଼ିରେ ଡ୍ରାଗନ୍ ଫ୍ରୁଟ୍, ତାଇୱାନ୍ ପିଙ୍କ ପିଜୁଳି, ଆଭାକାଡ଼ୋ, ଜାପାନିଜ୍ ରେଡ ଗୁଆଭା ଭଳି ଫଳ ଚାଷ କରିଛନ୍ତି । ଯେଉଁ ଫଳର ଦାମ୍ ବଜାରରେ ବେଶ ଅଧିକ ରହିଛି । ତେଣୁ ସେ ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି । ପାଠପଢ଼ା ଶେଷ କରିବା ପରେ ଏକ ଛୋଟ ବ୍ୟବସାୟ କରିଥିଲେ ରତିକାନ୍ତି । କିନ୍ତୁ ଚାଷ କାମ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । କୋଭିଡ୍ ସମୟରେ ଘରେ ବସିଥିବା ବେଳେ ୟୁଟ୍ୟୁବରୁ ଏହି ଚାଷ ବିଷୟରେ ଶିକ୍ଷାଲାଭ କରି ସେ ଚାଷ କାମରେ ଆଗେଇଛନ୍ତି । ଯାହା ତାଙ୍କୁ ବେଶ ଖୁସି ଦେଇଛି । କେବଳ ଖୁସି ନୁହେଁ ବରଂ ଏଭଳି ବିଦେଶୀ ଫଳ ଚାଷ କରି ବେଶ୍ ରୋଜଗାର କରୁଛନ୍ତି ଭଦ୍ରକ ବାସୁଦେବପୁରର ରତିକାନ୍ତ ପାଢୀ ।