କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆଜି ସକାଳ ୮ଟା ୩୦ ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ୫ଟି ଜିଲ୍ଲାକୁ ୟେଲ ୱାର୍ଣ୍ଣିଂ ଜାରି କରାଯାଇଛି । ଦକ୍ଷିଣ ବଙ୍ଗଳାଦେଶ ଓ ତତସଂଲଗ୍ନ ଅଂଚଳରେ ସଦୃଶ ଲଘୁଚାପ ସକ୍ରିୟ ରହିଛି । ଏହା ଅଧିକ ଘନୀଭୁତ ହୋଇ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ୱେଲମାର୍କ ଲୋ-ପ୍ରେସରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଅର୍ଥାତ୍ ୭ରୁ ୨୦ ସେମି ବର୍ଷା ପାଇଁ ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ରାୟଗଡା, ଗଂଜାମ କୋରାପୁଟ, ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ କେନ୍ଦୁଝର, ସୁନ୍ଦରଗଡ, ସମ୍ୱଲପୁର, ଦେବଗଡ଼ ଓ ଝାରସୁଗୁଡା ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୨୧ରୁ ବର୍ଷାର ପ୍ରଭାବ କମିବ ବୋଲି ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସଦୃଶ ଲଘୁଚାପ ଓ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଆସନ୍ତା ୨ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
/kanak/media/post_attachments/wp-content/uploads/2024/08/1-27.jpg)