ଏବେ କିଣନ୍ତୁ କାର, ୧୨ ମାସ ପରେ ଦେବେ ଇଏମଆଇ ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି ଅଫର ।

43

ଯଦି ଆପଣ କାର କିଣିବା ପାଇଁ ଭାବୁଛନ୍ତି, ତେବେ ଆଗାମୀ ତିନି ଦିନ ମଧ୍ୟରେ କାର କିଣି ନିଅନ୍ତୁ । ଏହା ଆପଣଙ୍କ ପାଇଁ ସବୁଠାରୁ ଲାଭଜନକ ହୋଇପାରେ । କାର କମ୍ପାନୀ ଫୋର୍ଡ ଏକ ଖାସ ଅଫର ଆଣିଛି । ଯେଉଁଥିରେ ଆପଣ ଏବେ କାର କିଣି ପାରିବେ ଏବଂ ୧୨ ମାସ ପରେ ଇଏମଆଇ ଆରମ୍ଭ କରିପାରିବେ ।

କାର କମ୍ପାନୀ ଫୋର୍ଡ ଇଣ୍ଡିଆ ଏହି ଅଫର ଦେଉଛି । ଏହି ଅଫରକୁ ୫୦:୫୦ ନାମରେ ନାମିତ କରାଯାଇଛି । ଏହି ଅଫର ଦ୍ୱାରା ଏବେ ଆପଣଙ୍କୁ କାରର ଅଧା ମୂଲ୍ୟ ଡାଉନ ପେମେଣ୍ଟ ଆଧାରରେ ଦେବାକୁ ପଡିବ ।

ଆଉ ଏହା ପରେ କାରର ବଳକା ଟଙ୍କା ଇଏମଆଇ ଆଧାରରେ ଦେଇ ପାରିବେ । ଆଉ ଏହି କିସ୍ତି ୧୨ ମାସ ପରଠାରୁ ଆରମ୍ଭ ହେବ । ଏହା ଛଡା ଫୋର୍ଡ ଇଣ୍ଡିଆ ନିଜର କେତୋଟି ମଡେଲ କାର ଉପରେ ମଧ୍ୟ ରିହାତି ଦେଇଛି ।

ଏହି ଅଫରର ଲାଭ ଆପଣଙ୍କୁ ସେତେବେଳେ ମିଳିବ, ଯେତେବେଳେ ଆପଣ ଫୋର୍ଡ କ୍ରେଡିଟ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡରୁ ହିଁ ଲୋନ ନେବେ । ଏହି ଅଫରର ଲାଭ ଏହି କମ୍ପାନୀ ଛଡା ଅନ୍ୟ କମ୍ପାନୀରୁ ଲୋନ ନେଉଥିବା ଗ୍ରାହକଙ୍କୁ ମିଳିବ ନାହିଁ ।

କମ୍ପାନୀ ନିଜର ଅନ୍ୟ ଦୁଇଟି ମଡେଲ, ଫୋର୍ଡ ଫିଗୋ ଏବଂ ଫୋର୍ଡ ଏସ୍ପାର ଉପରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ମଧ୍ୟ ଦେଉଛି ।

ଏହା ସହ କମ୍ପାନୀ କେନ୍ଦ୍ରୀୟ କର୍ମଚାରୀ, କର୍ପୋରେଟ କମ୍ପାନୀ, ଇନସୁରାନ୍ସ କମ୍ପାନୀ, ଆଇଟି ପ୍ରୋଫେସନାଲ ଏବଂ ଡିଫେନ୍ସ ପର୍ସନାଲସ ମାନଙ୍କୁ ମଧ୍ୟ ଅତିରିକ୍ତ ଲାଭ ଦେଉଛି ।

ଯଦି ଆପଣ ଏହି ଅଫରର ଫାଇଦା ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୩୧ମାର୍ଚ୍ଚ ପୂର୍ବରୁ କାର କିଣିବାକୁ ହେବ । ଏହି ଅଫରର ଫାଇଦା ଉଠାଇବା ପାଇଁ ଆପଣଙ୍କ ପାଖରେ ଆଉ ମାତ୍ର ତିନି ଦିନ ରହିଛି ।