କନକବ୍ୟୁରୋ: ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ଜାରି ରହିଛି ବର୍ଷା । ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଛତିଶଗଡ ଓ ଆଖପାଖ ଅଂଚଳର ୭.୬ କିଲୋମିଟର ଯାଏଁ ଲମ୍ୱିଛି । ଫଳରେ ରାଜ୍ୟରେ ୫ ଦିନ ଯାଏଁ ବର୍ଷା ଜାରି ରହିବା ସହ ୪ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ଘଂଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅତିପ୍ରବଳବର୍ଷା ଢେଙ୍କାନାଳ, ଅନୁଗୁଳ, ସମ୍ୱଲପୁର, ଦେଓଗଡ, କଟକ, ଜଗତସିଂହପୁର, ବୌଦ୍ଧଓକେନ୍ଦ୍ରାପଡାପାଇଁୟେଲୋୱାର୍ଣ୍ଣିଂ ,ପ୍ରବଳବର୍ଷା ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ,ବଲାଙ୍ଗିର, ବରଗଡ, ଝାରୁସୁଗୁଡା, ସୁନ୍ଦରଗଡ, ମୟୁରଭଂଜ, କେନ୍ଦୁଝର,ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଂଜାମ, ନୂଆପଡାଓସୋନପୁର । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଠମଲ୍ଲିକର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
ମଧ୍ୟପ୍ରଦେଶ, ଛତିଶଗଡ ପାଖାପାଖି ଅଂଚଳରେ ଘୂର୍ଣ୍ଣିବଳୟ,ବର୍ଷାରେ ଭିଜୁଛି ଓଡିଶା । ଆହୁରି ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ
/kanak/media/post_attachments/wp-content/uploads/2024/07/42-9.jpg)