କନକବ୍ୟୁରୋ: ମୌସୁମୀର  ସକ୍ରିୟତାକୁ ନେଇ  ରାଜ୍ୟରେ ଜାରି ରହିଛି ବର୍ଷା । ପୂର୍ବ ମଧ୍ୟପ୍ରଦେଶ  ଓ ଛତିଶଗଡ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏହା ଛତିଶଗଡ ଓ ଆଖପାଖ ଅଂଚଳର ୭.୬ କିଲୋମିଟର ଯାଏଁ ଲମ୍ୱିଛି । ଫଳରେ ରାଜ୍ୟରେ ୫ ଦିନ ଯାଏଁ ବର୍ଷା ଜାରି ରହିବା ସହ  ୪ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ଘଂଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅତିପ୍ରବଳ ବର୍ଷା ଢେଙ୍କାନାଳ, ଅନୁଗୁଳ, ସମ୍ୱଲପୁର, ଦେଓଗଡ, କଟକ, ଜଗତସିଂହପୁର, ବୌଦ୍ଧ କେନ୍ଦ୍ରାପଡା ପାଇଁ ୟେଲୋ ୱାର୍ଣ୍ଣିଂ ,ପ୍ରବଳ ବର୍ଷା ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ,ବଲାଙ୍ଗିର, ବରଗଡ, ଝାରୁସୁଗୁଡା, ସୁନ୍ଦରଗଡ, ମୟୁରଭଂଜ, କେନ୍ଦୁଝର,ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଂଜାମ, ନୂଆପଡା ସୋନପୁର  ।  ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଠମଲ୍ଲିକର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।