ଭାରତର ୧୦ ସର୍ବଶ୍ରେଷ୍ଠ ବ୍ୟାଙ୍କ ଗୁଡିକର ତାଲିକା ପ୍ରକାଶ : ଜାଣନ୍ତୁ ଏସବିଆଇ କେଉଁ ସ୍ଥାନରେ ଅଛି

926

ଫୋର୍ବସ ସାରା ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଙ୍କଗୁଡିକର ତାଲିକା ଜାରି କରିଛି । ଏହି ତାଲିକାରେ ୨୩ ଦେଶଗୁଡିକର ବ୍ୟାଙ୍କକୁ ସାମିଲ କରାଯାଇଛି । ଭାରତର ମଧ୍ୟ ୧୦ଟି ବ୍ୟାଙ୍କକୁ ଏହି ତାଲିକାରେ ସ୍ଥାନ ମିଳିଛି । ବ୍ୟାଙ୍କ ଗୁଡିକର ତାଲିକା ପ୍ରସ୍ତୁତ କରିବାରେ ତାଙ୍କର ସର୍ଭିସ, ବାଲାନ୍ସ ସିଟକୁ ଧ୍ୟାନରେ ରଖାଯାଇଛି । ଆସନ୍ତୁ ଜାଣିବା ଭାରତର ୧୦ଟି ବେଷ୍ଟ ବ୍ୟାଙ୍କ ଗୁଡିକ ବିଷୟରେ…

ଦଶମ ସ୍ଥାନରେ ପ୍ରାଇଭେଟ୍ ସେକ୍ଟର ବ୍ୟାଙ୍କ ଏକ୍ସିସ୍ ବ୍ୟାଙ୍କକୁ ରଖାଯାଇଛି । ନବମ ସ୍ଥାନରେ ବିଜୟା ବ୍ୟାଙ୍କ ଅଛି । ଏହି ବ୍ୟାଙ୍କରେ ପାଖାପାଖି ୧୬,୦୭୯ କର୍ମଚାରୀ ଅଛନ୍ତି । ଅଷ୍ଟମ ସ୍ଥାନରେ ଆହ୍ଲାବାଦ ବ୍ୟାଙ୍କ ଆସୁଛି । ବ୍ୟାଙ୍କରେ ମୋଟ୍ ୨୩,୯୬୭ କର୍ମଚାରୀ କାମ କରନ୍ତି । ସପ୍ତମ ସ୍ଥାନରେ ସରକାରୀ ବ୍ୟାଙ୍କ ପଂଜାବ ନ୍ୟାସନାଲ ବ୍ୟାଙ୍କ ଆସେ । ଏହାର ମୁଖ୍ୟାଳୟ ଦିଲ୍ଲୀରେ ଅଛି । ବ୍ୟାଙ୍କରେ ମୋଟ୍ ୭୪,୮୯୭ କର୍ମଚାରୀ କାମ କରନ୍ତି । ଷଷ୍ଠ ସ୍ଥାନରେ ସିଣ୍ଡିକେଟ୍ ବ୍ୟାଙ୍କ, ପଂଚମ ସ୍ଥାନରେ ଆଇଡିଏଫସି ବ୍ୟାଙ୍କ, ଚତୁର୍ଥରେ କୋଟାକ ମହିନ୍ଦ୍ରା ବ୍ୟାଙ୍କଙ୍କୁ ବେଷ୍ଟ ବ୍ୟାଙ୍କ ସ୍ଥାନ ମିଳିଛି । ଏହି ତାଲିକାରେ ତୃତୀୟ ସ୍ଥାନରେ ଡିବିଏସକୁ ରଖାଯାଇଛି । ଏହି ବ୍ୟାଙ୍କର ମୁଖ୍ୟାଳୟ ସିଙ୍ଗାପୁରରେ ଅଛି । ବ୍ୟାଙ୍କର ଗ୍ରାହକମାନେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଯଥାକ୍ରମେ ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କକୁ ରଖିଛନ୍ତି । ଏହି ଟପ୍ ଟେନ୍ ଲିଷ୍ଟରୁ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ବାହାରି ଯାଇଛି । ଏହା ୧୧ତମ ସ୍ଥାନରେ ଅଛି । ସୂଚନାଯୋଗ୍ୟ, ଏହି ରିପୋର୍ଟ ଗ୍ରାହକଙ୍କ ତରଫରୁ ଦିଆଯାଇଥିବା ସୂଚନା ଉପରେ ଆଧାରିତ ।