କନକ ବ୍ୟୁରୋ : ଭାରତୀୟ ମହିଳାମାନେ ବି ପଛରେ ନାହାଁନ୍ତି । ସେ ଖେଳ ହେଉ କି ବ୍ୟବସାୟ । ସବୁ ସ୍ଥାନରେ ସେମାନେ ଏବେ ନିଜର ପାରଦର୍ଶିତା ଦେଖାଇବାରେ ସଫଳ ହେବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ଫୋବର୍ସ ଟପ୍ ୨୦ ଏସିଆ ମହିଳା ବ୍ୟବସାୟୀଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ୩ ଜଣ ଭାରତୀୟ ମହିଳା ବ୍ୟବସାୟୀଙ୍କ ନାମ ସ୍ଥାନ ପାଇଛି । ଯେଉଁ ୩ ଜଣ ମହିଳା ବ୍ୟବସାୟୀ କୋଭିଡ-୧୯ ସମୟରେ ଦେଖାଦେଇଥିବା ମାନ୍ଦା ବଜାର ଭିତରେ ବି ନିଜର ବ୍ୟବସାୟକୁ ସଫଳତାର ଶୀର୍ଷରେ ପହଂଚାଇପାରିଛନ୍ତି । ଫୋବର୍ସ ତରଫରୁ ନଭେମ୍ବର ପ୍ରକାଶିତ ତାଲିକାରେ ଷ୍ଟିଲ ଅଥରେଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ ସୋମା ମଣ୍ଡଳ, ଏମକେୟାର ଫାର୍ମାର ନିର୍ଦ୍ଦେଶକ ନମିତା ଥାପ୍ପର ଓ ହୋନସା କଞ୍ଜ୍ୟୁମରର ଫାଉଣ୍ଡର ଘଜଲ ଅଲଗହ ସାମିଲ ଅଛନ୍ତି ।

Advertisment

ଫୋବର୍ସ ତରଫରୁ ମଙ୍ଗଳବାର ଦିନ କୁହାଯାଇଛି କି, ଏହି ତାଲିକାରେ ଭାରତ, ଅଷ୍ଟ୍ରେଲିଆ, ଚୀନ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର ଓ ଥାଇଲାଣ୍ଡର ବ୍ୟବସାୟିକ ମହିଳାମାନଙ୍କ ନାମ ସ୍ଥାନ ପାଇଛି । ଏହି ତାଲିକାରେ ସ୍ଥାନ ପାଇଥିବା ମହିଳା ବ୍ୟବସାୟୀମାନେ ସିପିଂ, ରିଏଲିଷ୍ଟେଟ୍, ପ୍ରଯ୍ୟୁକ୍ତିବିଦ୍ୟା, ମେଡିସିନ ଭଳି କ୍ଷେତ୍ରରେ ବ୍ୟବସାୟ କରିଥାନ୍ତି ।

ସୋମା ମଣ୍ଡଳ ୨୦୨୧ ଜାନୁଆରୀ ମାସରେ ଷ୍ଟିଲ ଅଥରେଟି ଅଫ୍ ଇଣ୍ଡିଆର ଚେୟାରପର୍ସନ ଭାବେ ପଦଭାର ସମ୍ଭାଳିଥିଲେ । ସେହିଭଳି ନିମତା ଥପ୍ପର ଏମକେୟାର ଫାର୍ମାସ୍ୟୁଟିକାଲର ମୁଖ୍ୟ । ଗଣମାଧ୍ୟମ ରିପୋର୍ଟ ମୁତାବକ ନିମତାଙ୍କର ମୋଟ ବ୍ୟବସାୟ ୬୦୦ କୋଟି ଟଙ୍କାରୁ ଅଧିକ । ହରିଆଣାରେ ଜନ୍ମିତ ଗଜଲ ଅଲଘଙ୍କ ନାମ ବି ଫୋବର୍ସ ତାଲିକାରେ ସ୍ଥାନ ପାଇଛି । ସେ ୨୦୧୬ ମସିହାରେ ନିଜ ସ୍ୱାମୀଙ୍କ ସହ ମିଶି ହୋନସା କଞ୍ଜ୍ରୁ୍ୟମର ପ୍ରାଇଭେଟ ଲିମିଟେଡ ଆରମ୍ଭ କରିଥିଲେ । ଏବେ ତାଙ୍କର ବ୍ୟବସାୟ ଦ୍ରୁତଗତିରେ ଆଗକୁ ବଢୁଛି ।