କନକ ବ୍ୟୁରୋ : ଜଳସେଚନ ସୁବିଧା ନଥିବାରୁ ହୋଇପାରୁନି ଚାଷ କାର୍ଯ୍ୟ । ଜମିକୁ ଜଳ ଯୋଗାଣ ପାଇଁ ଉଠା ଜଳସେଚନ ପ୍ରକଳ୍ପ ରହିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରକଳ୍ପ ହେବାର କିଛି ଦିନ ପରେ ଅଚଳ ହୋଇଯାଉଛି । ପାଣି ଅଭାବରୁ ରାୟଗଡା ଜିଲ୍ଲାରେ ଧାନ ଚାଷ ପ୍ରାୟତଃ ପ୍ରଭାବିତ ହେଉଛି । ତେଣୁ ଚଳିତବର୍ଷ ଚାଷୀମାନେ ଧାନ ଚାଷ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଧାନ ବଦଳରେ ଅଣଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।
ରାୟଗଡ଼ା ଜିଲ୍ଲାରେ ଅଧାରୁ ଅଧିକ ଉଠା ଜଳସେଚନ ପ୍ରକଳ୍ପ ଭାଙ୍ଗି ଯାଇଛି । ମୋଟ୍ ୩୭୦ଟି ନଳକୂପରୁ ୯୯ଟି ଅଚଳ । ୧୭୦ଟି ଲିଫ୍ଟ ପଏଂଟ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିରହିଛି । ସେପଟେ ଚିରସ୍ରୋତା ନଦୀ ନାଗାବଳୀ ଓ ଝଞ୍ଜାବତି ସହ କେନାଲ ଗୁଡିକ ଶୁଖି ଯାଇଛି । ଫଳରେ ଶତାଧିକ ହେକ୍ଟର ଜମି ପଡିଆ ପଡିଥିବା ଦେଖିବାକୁ ମିଳୁଛି । ପ୍ରାୟ ୧ ଲକ୍ଷ ୪୩ ହଜାର ୩୨୪ ହେକ୍ଟର ଚାଷ ଜମି ପଡିଆ ପଡିଛି । ଯେଉଁ ଜମିରେ ଚାଷ ହେଉଛି, ଚାଷୀ, କପା ଓ ଶସ୍ୟ ଜାତୀୟ ଚାଷ କରିବା ପାଇଁ ପସନ୍ଦ କରୁଛନ୍ତି । ସେପଟେ ରାୟଗଡା ଜିଲ୍ଲାରେ ଧାନ ଚାଷ କମିବା କଥାକୁ ସ୍ୱୀକାର କରିଛନ୍ତି ଜିଲ୍ଲା କୃଷି ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/12.jpg)