ଭୋଟ ଆଗରେ ହାର ମାନୁଛି କଷ୍ଟ । ଗୋଟିଏ ଭୋଟ ପାଇଁ କଲେ ୪ଦିନର ଯାତ୍ରା

Advertisment
ଭୋଟ ଆଗରେ ହାର ମାନୁଛି କଷ୍ଟ । ଗୋଟିଏ ଭୋଟ ପାଇଁ କଲେ ୪ଦିନର ଯାତ୍ରା

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ କୌଣସି ଜଣେ ହେଲେ ଭୋଟର୍ ଯେମିତି ନିଜ ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେନେଇ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତର ନିର୍ବାଚନ କମିସନ। ଦୁର୍ଗମ ଅଞ୍ଚଳରେ ଥିବା ଲୋକମାନେ ବି ଯେଭଳି ସୁରୁଖୁରୁରେ ଭୋଟ୍ ଦେଇପାରିବେ, ସେହି ବ୍ୟବସ୍ଥା କରାଯାଇଛି। ତେବେ ଅରୁଣାଚଳ ପ୍ରଦେଶରେ କେବଳ ଜଣେ ବ୍ୟକ୍ତି ଭୋଟ୍ ଦେବାପାଇଁ ନିର୍ବାଚନ ଅଧିକାରୀ ଦଳଙ୍କୁ ୪ ଦିନ ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଯାତ୍ରା କରିବାକୁ ପଡ଼ିଛି।

publive-image୪୮୩ କିମି ରାସ୍ତା ଅତିକ୍ରମ କରିବାପରେ ପୋଲିଂ ଟିମ୍ ଅରୁଣାଚଳ ପ୍ରଦେଶର ମାଲୋଗାମରେ ପହଞ୍ଚିଥିଲେ। କେବଳ ଗୋଟିଏ ଭୋଟ୍ ପାଇଁ ଏଠାରେ ବୁଥର ବ୍ୟବସ୍ଥା କରାଯାଇଛି। ୨୦୧୧ ଜନଗଣନା ଅନୁଯାୟୀ ଅରୁଣାଚଳର ମାଲୋଗାମରେ ୫ ଜଣ ବାସିନ୍ଦା ଥିଲେ। କିନ୍ତୁ ଏଥର ନିର୍ବାଚନ ପାଇଁ କେବଳ ଜଣେ ଭୋଟର ସୋକେଲା ତାୟାଙ୍ଗ୍ ନାମ ପଞ୍ଜିକୃତ କରିଛନ୍ତି। ଗୁଜରାଟରେ ମଧ୍ୟ କେବଳ ଜଣେ ଭୋଟରଙ୍କୁ ପାଇବା ପାଇଁ ନିର୍ବାଚନ ଅଧିକାରୀ ଦଳଙ୍କୁ ଏକ ଘଞ୍ଚ ଜଙ୍ଗଲ ଦେଇ ଅତିକ୍ରମ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe