ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର । ସମ୍ବଲପୁର ଲୋକସଭାରେ ହେବ ରୋଚକ ଲଢେଇ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ହୋଇଛି

118

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ହୋଇଛି । ତେବେ ସମ୍ବଲପୁରରେ ଏଥର ହେବ ବଡ ଲଢେଇ । ଉଭୟ ସମ୍ବଲପୁର ଲୋକସଭା ଓ ବିଧାନସଭାରେ ଏଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ଚଳିତ ନିର୍ବାଚନରେ ପ୍ରଚାର ମୈଦାନରେ ବଳ କଷୁଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେଡି ଳୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରାଧନଙ୍କୁ ଟକ୍କର ଦେଉଛନ୍ତି ବିଜେପିର ନିତେଶ ଗଙ୍ଗଦେବ ଓ କଂଗ୍ରେସର ଶରତ ପଟ୍ଟନାୟକ । ସେହିଭଳି ସମ୍ବଲପୁର ବିଧାନସଭା ପାଇଁ ପୁଣି ବିଜେଡିରୁ ରାସେଶ୍ୱରୀ ପାଣିଗ୍ରାହୀ ଓ ବିଜେପିରୁ ଜୟନାରାୟଣ ମିଶ୍ର ଲଢୁଛନ୍ତି ।

କଂଗ୍ରେସରୁ ପ୍ରାର୍ଥୀ ହୋଇଛି ଅଶ୍ୱିନୀ ପୂଜାହାରୀ । ଏଥିପାଇଁ ପ୍ରାର୍ଥୀମାନେ ଘରକୁ ଘର ଗାଁ କୁ ଗାଁ ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ଲୋକସଭା ଆସନରେ ପ୍ରଚାର ଜୋରଦାର ହୋଇଛି । ଶାସକ ଦଳର ନେତା ବିଭିନ୍ନ ସ୍ଥାନରେ ସଭା ସମିତି କରି ଲୋକମାନଙ୍କର ବିଶ୍ୱାସ ଜିଣିବା ପାଇଁ ଚେଷ୍ଟା କରିବା ବେଳେ ବିଜେପି ପ୍ରାର୍ଥୀ ନିଜ ଦଳର ବିଧାୟକ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ବିଭିନ୍ନ ସ୍ଥାନରେ ରାଲି କରୁଛନ୍ତି । କହିବାକୁ ଗଲେ ସମ୍ବଲପୁରରେ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ସେପଟେ କଂଗ୍ରେସ ପ୍ରାର୍ଥୀ ରାହୁଲ ଦେଇଥିବା ପ୍ରତିଶୃତିକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ଚେଷ୍ଟା କରୁଛି । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତିଇବା ପାଇଁ ତୁଙ୍ଗ ନେତା ମଧ୍ୟ ସମ୍ବଲପୁରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।