କନକ ବ୍ୟୁରୋ: ଆକାଶରୁ ବର୍ଷୁଛି ନିଆଁ, ଜଳୁଛି ବୌଦ୍ଧ । ଲଗାତର ଭାବେ ତୃତୀୟ ଦିନ ପାଇଁ ବୌଦ୍ଧ ସହରର ତାପାମତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀର ଓ ସୋନପୁରରେ ବି ହିଟ୍ୱେଭ ଜାରି ରହିଛି । ବିଶେଷ କରି ଉତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିଛି । କେନ୍ଦୁଝରର ହାଟଡିହି ଓ ଆନନ୍ଦପୁର ସମେତ ଓ ଗଜପତିର ମହେନ୍ଦ୍ରଗିରିରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି ।
ତେବେ ଆସନ୍ତାକାଲିଠାରୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ହିଟ୍ ୱେଭ ଜାରି ରହିବ । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିନ୍ତୁ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝରରେ ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, ଗଜପତି, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡାରେ ମଧ୍ୟ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/11-37.jpg)