ଆମିରଙ୍କ ଫିଲ୍ମକୁ ବୟକଟ ପାଇଁ ଚାଲିଛି କ୍ୟାମ୍ପେନ: ପୁରୁଣା ବୟାନ ପାଇଁ, ନୂଆ ଫିଲ୍ମକୁ ବୟକଟ କରିବାକୁ ଦାବି

399

କନକ ବ୍ୟୁରୋ: ହଲରେ ରିଲିଜ୍ ହୋଇଛି ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଲାଲ ସିଂ ଚଡ୍ଡା । କିନ୍ତୁ ଫିଲ୍ମଟି ପରଦାକୁ ଆସିବା ପୂର୍ବରୁ ଏହାକୁ ବୟକଟ କରିବାକୁ ସୋସିଆଲ ମିଡିଆରେ ଯେଉଁ କ୍ୟାମ୍ପେନ ଚାଲିଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ମିଷ୍ଟର ପରଫେକ୍ସନିଷ୍ଟ୍ଙ୍କ ଫିଲ୍ମ ଦେଖିବା ପାଇଁ ଭାରତୀୟ ଦର୍ଶକ ଅପେକ୍ଷା କରି ବସିଥାନ୍ତି । ସେଥିପାଇଁ ପୂର୍ବରୁ ବହୁ ବିବାଦ ସତ୍ୱେ ଆମିରଙ୍କ ଫିଲ୍ମ ପିକେ. ଦଙ୍ଗଲ ବକ୍ସ ଅଫିସରେ ରେକର୍ଡ କରିଥିଲା । କିନ୍ତୁ ପ୍ରଥମ ଥର ପାଇଁ ଆମିର ଖାନଙ୍କ ସିନେମା ନଦେଖିବାକୁ ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲିଛି । ଲାଲ ସିଂହ ଚଢ଼ା ଜଣେ ଦିବ୍ୟାଙ୍ଗ ବାଳକର ସଫଳତାର କାହାଣୀ ଉପରେ ଆଧାରିତ । ତେଣୁ ଏହି ଫିଲ୍ମକୁ ବୟକଟ କରାଯିବା ଉଚିତ୍ କି ନୁହେଁ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆମିରଙ୍କ ଏହି ବୟାନ ସେତେବେଳେ ଚର୍ଚାର ପରିସରକୁ ଆସିଥିଲା । ବଲିଉଡ୍ରେ ମଧ୍ୟ ତାଙ୍କର ଏ କଥାକୁ ପସନ୍ଦ କରିନଥିଲେ କିଛି ଅଭିନେତା ଓ ଅଭିନେତ୍ରୀ । ସେହି ବିବାଦ ପୁଣି ଥରେ ଏବେ ମୁଣ୍ଡ ଟେକିଛି । କିଛି ଦର୍ଶକ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯିଏ ଏହି ଦେଶରେ ସୁରକ୍ଷିତ ମନେ କରେ ନାହିଁ, ସେ ଏହି ଦେଶରେ ଫିଲ୍ମ ରିଲିଜ୍ ମଧ୍ୟ କରିପାରିବେ ନାହିଁ । କିନ୍ତୁ ୨୦୧୫ର ବୟାନକୁ ନେଇ ୨୦୨୨ରେ ବିବାଦ ସୃଷ୍ଟି କରିବାକୁ ଅନେକ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।

ବୟକଟ କରିବାକୁ ସୋସିଆଲ ମିଡିଆରେ କ୍ୟାମ୍ପେନ ପରେ ସାମନାକୁ ଆସି ଏମିତି ନକରିବାକୁ ଅନୁରୋଧ କରିଛନ୍ତି ଆମିର । ହେଲେ ଏହା ଆମିରଙ୍କ ଚାଲ ବୋଲି କହିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । କହିଛନ୍ତି ଏମିତି କହି ସିନେମାକୁ ହିଟ୍ କରିବାକୁ ଚକ୍ରାନ୍ତ କରୁଛନ୍ତି ଆମିର । କିନ୍ତୁ ଏସବୁ ବିବାଦ ଭିତରେ ପ୍ରଥମ ଦିନରେ ଆମିରଙ୍କ ଫିଲ୍ମ ଦେଖିବା ପାଇଁ ୫୭ ହଜାର ଟିକେଟ ଆଗୁଆ ବୁକିଂ ହୋଇଛି । ୧୨ କୋଟିରୁ ଅଧିକ ଟଙ୍କା ଆୟ କରିଛି ।

କୁହାଯାଏ ପବ୍ଲିସିଟି ସବୁବେଳେ ଏକ ସିନେମାକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥାଏ । ଆଉ ଯଦି ସେହି ପବ୍ଲିସିଟି ବିବାଦୀୟ ଉପାୟରେ ହୁଏ, ତାହାଲେ ଦର୍ଶକଙ୍କ ଭିତରେ ସିନେମାକୁ ନେଇ ଉକ୍ରଣ୍ଠା ଆହୁରି ବଢିଯାଏ । କୁହାଯାଉଛି ଲାଲ ସିଂହ ଚଡ୍ଢା କ୍ଷେତ୍ରରେ ସେହିପରି କିଛି କରାଯାଇଛି ।