ପ୍ରବଳ ଖରାରେ ସିଝୁଛି ଓଡିଶା: ଚଳିତ ବର୍ଷ ପ୍ରଥମଥର ଟ୍ୱିନ ସିଟିରେ ୪୦ ଡିଗ୍ରୀ ଛୁଇଁଲା ତାତି

98

କନକ ବ୍ୟୁରୋ: ଖରାରେ ସିଝୁଛି ଓଡିଶା । ଚଳିତ ବର୍ଷ ପ୍ରଥମଥର ଟ୍ୱିନ ସିଟିରେ ତାପମାତ୍ରା ୪୦ ଡିଗ୍ରୀ ଟିପିଛି । ଭୁବନେଶ୍ୱରରେ ତାପମାତ୍ରା ୪୦.୨ ହୋଇଥିବା ବେଳେ କଟକରେ ତାପମାତ୍ରା ୪୦.୫ ଡିଗ୍ରୀ ହୋଇଛି । ସେହିପରି ଅନୁଗୁଳ ଆଜିର ସବୁଠାରୁ ଉତ୍ତପ୍ତ ସହର । ଅନୁଗୁଳରେ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା ତାପମାତ୍ରା ।

ସେହିପରି ବାରିପଦାରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୧.୮ ଡିଗ୍ରୀ, କେନ୍ଦୁଝର ଡିଗ୍ରୀ, ସମ୍ବଲପୁର ୪୧.୩ ଡିଗ୍ରୀ, ସୁନ୍ଦରଗଡ, ବୌଦ୍ଧ ଓ ଢେଙ୍କାନାଳରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଲଗାତାର କିଛିଦିନ ହେବ ପଶ୍ଚିମ ଓଡିଶାରେ ତାତି ବୃଦ୍ଧି ପାଉଥିବା ବେଳେ କଟକ ଓ ଭୁବନେଶ୍ୱରରେ ୪୦ ତଳକୁ ରହୁଥିଲା । ହେଲେ ଆଜି ୪୦ ଛୁଇଁଛି ତାପମାତ୍ରା ।