କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତନାଘନା ଜାର ରଖିଛି ସିବିଆଇ । ଏହି ମାମଲାର ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତିଙ୍କୁ ପଚରା ଉଚରା କରିଛି ସିବିଆଇ । ଗତକାଲି ରିୟା ଚକ୍ରବର୍ତିଙ୍କ ଭାଇ ସୌଭିକ ଚକ୍ରବର୍ତିଙ୍କୁ ୧୪ ଘଂଟା କାଳ ପଚରା ଉଚରା କରିଥିଲା ସିବିଆଇ । ସେହିପରି ରିୟା ଚକ୍ରବର୍ତିଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତିଙ୍କୁ ଗତକାଲି ଇଡ଼ି ଜେରା କରିଥିଲା ।
ଗତ ଆଠ ଦିନ ଭିତରେ ସିବିଆଇ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ପଚରା ଉଚରା କରିବା ସହ ତଦନ୍ତ ମଧ୍ୟ ଜାରି ରଖିଛନ୍ତି । ସେପଟେ ଆଜି ଏହି ମାମଲାରେ ଗୌରବ ଆର୍ଯ୍ୟଙ୍କୁ ପଚରା ଉଚରା ପାଇଁ ନୋଟିସ କରିଛି ଇଡ଼ି । ଗୌରବ ଆର୍ଯ୍ୟଙ୍କୁ ଅଗଷ୍ଟ ୩୧ ତାରିଖରେ ଇଡ଼ି ଅଫିସରେ ପହଂଚିବା ପାଇଁ କୁହାଯାଇଛି । ପୂର୍ବରୁ ରିୟା ଚକ୍ରବର୍ତି ଏବଂ ଗୌରବ ଆର୍ଯ୍ୟାଙ୍କ ହ୍ୱାଟସଆପ୍ ଚାଟ ଭାଇରାଲ ହୋଇଥିଲା ।
ଏହା ସହ ଆଜି ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ନାର୍କୋଟିକ କଂଟ୍ରୋଲ ବ୍ୟୁରୋ ତଦନ୍ତ କରିଛି । ଏନସିବି ସୁଶାନ୍ତ ମୃତ୍ୟୁ ମାମଲାରେ ଡ଼୍ରଗସ୍ ଲିଙ୍କ ନେଇ ତଦନ୍ତ କରୁଛି । ଏହାସହ ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟରେ ରହୁଥିବା ସିଦ୍ଧାର୍ଥ ପିଠାନୀଙ୍କୁ ସିବିଆଇ ପଚରା ଉଚରା କରିଛି । ସିଦ୍ଧାର୍ଥ ପିଠାନୀଙ୍କୁ କିଛି ଘଂଟା ଧରି ଜେରା କରିଛି ସିବିଆଇ । ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ମୃତ୍ୟୁ ଦିନ ତାଙ୍କ ଫ୍ଲାଟରେ ଥିଲେ ।