କମବ୍ୟାକ କରିବ କି କଂଗ୍ରେସ! ୨୦୧୪ ପରେ ପ୍ରଥମଥର ପାଇଁ ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଉଠିଲା ‘ହାତ’

Kanak News is now on WhatsApp
Join and get latest news updates delivered to you via WhatsApp
କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବଡ ବିଜୟ ହୋଇଛି । ବିଜେଡି ଏଥିରେ ୬୫ ହଜାରରୁ ଅଧିକ ଭୋଟରେ ବାଜିମାରିଛି । ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନରେ ରହିଛି କଂଗ୍ରେସ । ବିଜେପିର ରାଧାରାଣୀଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ଅଳକା ମହାନ୍ତିଙ୍କୁ ମୋଟ୍ ୯୩ହଜାର ୭୯୦ ଭୋଟ୍ ମିଳିଛି । ସେହିପରି କଂଗ୍ରେସର କିଶୋର ପଟେଲଙ୍କୁ ୨୭ହଜାର ୫୬୫ ଭୋଟ୍ ମିଳିଛି ।
ବର୍ତ୍ତମାନ ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଛି । ଏହାବାଦ ବି ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି । ୨୦୧୪ ପରେ ଦଳ କୌଣସି ବି ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିନଥିଲା । ହେଲେ ଏବେ ମୁଖ୍ୟ ବିରୋଧୀ ଦଳକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । ଏହି ରେଜଲ୍ଟ ପରେ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରିବ ବୋଲି ଦଳୀୟ ଶିବିରରେ ଚର୍ଚ୍ଚା ହେଉଛି ।
ସେପଟେ କେନ୍ଦ୍ରରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର କ୍ଷମତାରେ ରହିଛି । ହେଲେ ସରକାରକୁ ଫେରିବା କଂଗ୍ରେସ ପାଇଁ କାଠିକର ପାଠ ହୋଇଛି । ଏହାରି ମଧ୍ୟରେ କଂଗ୍ରେସର ଏଭଳି ପ୍ରଦର୍ଶନ ନିହାତି ରାଜ୍ୟ କଂଗ୍ରେସ ପାଇଁ କିଛି ମାତ୍ରାରେ ଆଶା ଆଣିଦେଇଛି । ସେହିପରି ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲେ ବି ଭଲ ପ୍ରଦର୍ଶନ କରିପାରିନଥିଲା । ବିଜେଡିଠାରୁ ବହୁ ପଛରେ ରହିଥିଲା ବିଜେପି । ତେଣୁ କଂଗ୍ରେସ ପାଇଁ ଏହା ଏକ ସୁଯୋଗ ହୋଇପାରେ ।