କନକ ବ୍ୟୁରୋ : ସଂବଲପୁରରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ପୁରା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧୦ ଛୁଇଁବା ପରେ ପ୍ରଶାସନକୁ ଘାରିଲାଣି ସଂକ୍ରମଣ ଚିନ୍ତା । ଏହା ମଧ୍ୟରେ କେବଳ ସଂବଲପୁର ସହରରେ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଁଚିଗଲାଣି । ଏହା ଉପରେ ନିୟନ୍ତ୍ରଣ ପାଇଁ ଆଜି ଠାରୁ ସଂବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହୋଇଛି ସାପ୍ତାହିକ ୨ ଦିନିଆ ସଟଡାଉନ ।
ଏଥର ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ୍ ରହିବ ପୁରା ସଂବଲପୁର ଜିଲ୍ଲା । ତେବେ ଏହି କଟକଣାରୁ ବାଦ୍ ପଡିଛି ଜରୁରୀକାଳୀନ ସେବା । ତେବେ ପ୍ରତ୍ୟେକ ଦିନ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । କରୋନା ସଂକ୍ରମଣକୁ ରୋକିବାକୁ ବିଭିନ୍ନ ଅଂଚଳକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କରାଯାଉଛି ସଟଡାଉନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/2-11.jpg)