କନକ ବ୍ୟୁରୋ : ଆଇପିଏଲ ଇତିହାସରେ ଏଥର ଘଟିଛି ଏକ ନୂଆ ଘଟଣା । ଯାହାକି ପୂର୍ବରୁ କୌଣସି ବି ସିଜିନରେ ଘଟିନଥିଲା । ଚଳିତ ଆଇପିଏଲରେ ୧୦ଟି ମ୍ୟାଚ ପରେ ପଏଣ୍ଟ ଟେବୁଲର ସବା ଶେଷରେ ରହିଛି ଚେନ୍ନାଇ ସୁପର କିଙ୍ଗ । ଏହାସହ ଚେନ୍ନାଇ ପ୍ଲେ ଅଫ ଖେଳିବା ଆଶା ମଧ୍ୟ ଧୂଳିସାତ ହୋଇଯାଇଛି । ଏହି ଘଟଣା ଚେନ୍ନାଇ ଫ୍ୟାନମାନଙ୍କୁ ନିରାଶ କରିଛି ।

Advertisment

ଅନ୍ୟପକ୍ଷରେ ଧୋନୀଙ୍କ ପ୍ରଦର୍ଶନ ମଧ୍ୟ ଚଳିତ ଆଇପିଏଲରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି । ଚେନ୍ନାଇ ପାଇଁ ଫାପ ଡୁ ପ୍ଲେସିସ ଭଲ ପ୍ରଦର୍ଶନ କରିଥିଲେ୍ ମଧ୍ୟ ଦଳ ୧୦ଟି ମ୍ୟାଚରୁ ୭ଟି ପରଜାୟର ସମ୍ମୁଖୀନ ହୋଇଛି । ଅନ୍ୟପକ୍ଷରେ ସୁରେଶ ରାଇନା, ବ୍ରାଭୋ ଓ ହରଭଜନ ସିଂ ଭଳି ଖେଳାଳି ଏଥର ଆଇପିଏଲରୁ ବାଦ ପଡିବା ଦଳ ପାଇଁ ବିଫଳତାର ମୁଖ୍ୟ କାରଣ ହୋଇଛି ।

ଚେନ୍ନାଇ ଆଇପିଏଲ ଇତିହାସର ସବୁଠାରୁ ସଫଳ ଟିମ୍୍ । ଅନ୍ୟ ଦଳମାନଙ୍କୁ ମାତ ଦେବାର ଦକ୍ଷତା ରଖିଛି ଚେନ୍ନାଇ । ଆଇପିଏଲ ଆରମ୍ଭ ହେବା ଦିନରୁ କେବେ ବି ଚେନ୍ନାଇ ଏତେ ଖରାପ ପ୍ରଦର୍ଶନ କରି ନଥିଲା । ଆଇପିଏଲ ଇତିହାସରେ ଦଳ ୩ଟି ଟାଇଟଲ ହାସଲ କରିବା ସହ ୮ଥର ଫାଇନାଲ ମ୍ୟାଚ ଖେଳିଛି । ଏହାସହ ସବୁ ସିଜିନରେ ଦଳ ପ୍ଲେ ଅଫରେ ପ୍ରବେଶ କରିଛି ।

୨୦୧୬ ଓ ୧୭ ମସିହାରେ ବ୍ୟାନ ହେବାକୁ ଛାଡିଦେଲେ ଚେନ୍ନାଇ ଅନ୍ୟ ସବୁ ସିଜିନରେ ରେକର୍ଡ ସୃଷ୍ଟି କରିଛି । ଚେନ୍ନାଇ ବ୍ୟାନ ହେବାପରେ ରାଇଜିଂ ପୁନେ ସୁପ ଜିଆଣ୍ଟ ଟିମ ଗଠନ ହୋଇଥିଲା । ୨୦୧୬ରେ ପୁନେର ନେତୃତ୍ୱ ନେଇଥିଲେ ହହେନ୍ଦ୍ର ସିଂ ଧୋନୀ । ୨୦୧୭ରେ ପୁନେ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲା, ସେତେବେଳେ ଦଳର ଅଧିନାୟକ ଥିଲେ ଷ୍ଟିଭେନ ସ୍ମିଥ । ତେବେ ଚଳିତ ଆଇପିଏଲରେ ଧୋନୀ ବାହିନୀକୁ ବିଫଳତାକୁ ସମ୍ମୁଖୀନ ହେବାକୁ ପଡିଛି ।