ମାଧ୍ୟମିକ ପରିଷଦର ବଡ ନିଷ୍ପତ୍ତି । ବୋର୍ଡ ଆପଣାଇବ  ସିସିଇ ବ୍ୟବସ୍ଥା, ଫାଇନାଲ ପରୀକ୍ଷା ନହେଲେ ଏମିତି ମିଳିବ ମାର୍କ?

397

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦର ବଡ ନିଷ୍ପତି । ମୂଲ୍ୟାଙ୍କନ ପାଇଁ ପ୍ରଥମଥର ସିସିଇ ବ୍ୟବସ୍ଥା ଆପଣାଇବ ମାଧ୍ୟମିକ ଶିକ୍ଷା ପରିଷଦ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସେସମେଣ୍ଟର ବ୍ୟବସ୍ଥା ରହିବ । ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସବୁ ପରୀକ୍ଷାକୁ ଗୁରତ୍ୱ ଦିଅନ୍ତୁ ବୋଲି ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । କୌଣସି ପରିସ୍ଥିତିରେ ଯଦି ଫାଇନାଲ ପରୀକ୍ଷା ନ ହୁଏ ତେବେ ଆସେସମେଣ୍ଟ ଟେଷ୍ଟ ଆଧାରରେ ମୂଲ୍ୟାଙ୍କନ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ଫର୍ମେଟିଭ, ୨ଟି ସମେଟିଭ ଆସେସମେଣ୍ଟ ହେବ । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ଦ୍ୱିତୀୟ, ମାର୍ଚ୍ଚ ଦ୍ୱିତୀୟ  ସପ୍ତାହରେ ଆସେସମେଣ୍ଟ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ଏହି ଆସେସମେଣ୍ଟ ପରୀକ୍ଷା ଗୁଡିକ ଶ୍ରେଣୀ ଶିକ୍ଷକ ଓ ବିଷୟ ଶିକ୍ଷକଙ୍କ ଦ୍ୱାରା ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଓ ଏକାଦଶ ଶ୍ରେଣୀ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ । ସେହିଭଳି ଯୁକ୍ତ ୨ ପିଲାଙ୍କ ପାଇଁ କଣ୍ଟିନିୟସ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୋଜନା ରହିଛି ।ଏସବୁ ଭିତରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ।