ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନା ଆକ୍ରାନ୍ତ । ବାଲେଶ୍ୱରର ଜଣେ ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା  ନେଇ ସିଡିଏମଓଙ୍କ ସୂଚନା

968

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମଥର ପାଇଁ ଜଣେ ବିଧାୟକ କରୋନା ପଜିଟିଭ ବାହାରିଛନ୍ତି । ଏହି ବିଧାୟକ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ମିଳିଛି । ଜିଲ୍ଲାର ସିଡିଏମଓ ବିଧାୟକଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛନ୍ତି । ବିଧାୟକଙ୍କ ନମୁନା ପରୀକ୍ଷା ହେବା ପରେ ସେ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି ।

ବିଧାୟକଙ୍କ କଂଟାକ୍ଟ ଟ୍ରେସିଂ ଜାରି ରହିଛି । ଆଉ କିଏ କିଏ ବିଧାୟକଙ୍କ ସହିତ ମିଶିଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ବିଧାୟକଙ୍କୁ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।