ଚଣ୍ଡିଖୋଲ ସରକାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ଓଡିଶାର ବିକାଶ ପାଇଁ ନବୀନ ଲୋଡିଲେ ମୋଦିଙ୍କ ସହଯୋଗ ।

302

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ । ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କଲେ ନବୀନ । ଚଣ୍ଡିଖୋଲର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର ବିକାଶକୁ ଗୁରୁତ୍ୱ ଦେଇଥିବାରୁ ଏବଂ ଭାରତକୁ ଅର୍ଥନୀତିର ଶକ୍ତିକେନ୍ଦ୍ର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।

ତେବେ ନିଜ ଅଭିଭାଷଣରେ ବିଜୁ ବାବୁଙ୍କ କଥା କହିଲେ ନବୀନ । ଆଜି ମହାନ ଜନନାୟକ ବିଜୁ ବାବୁଙ୍କର ଜନ୍ମଦିନ । ଓଡିଶାବାସୀଙ୍କ ପାଇଁ ବିଜୁ ବାବୁ ଅନେକ କାମ କରିଛନ୍ତି । ଆଜି କଳିଙ୍ଗନଗର ଦେଶର ଷ୍ଟିଲ ହବ୍ ହୋଇପାରିଛି । ଓଡିଶା ହେବ ପୂର୍ବ ଭାରତର ମାନୁଫ୍ୟାକଚରିଂ ହବ୍ ।

ମହାପ୍ରଭୁଙ୍କ ଆଶୀର୍ବାଦ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଶୁଭେଚ୍ଛା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପ ଲୋକାଦୃତ ହୋଇଛି । ମାଆ ବିରଜାଙ୍କ ପୀଠର ରୂପାନ୍ତରଣ କାମ ଚାଲିଛି । ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି । ଆଗକୁ ଆହୁରି ଅନେକ କାମ କରିବାକୁ ଅଛି । ମୁଁ ଓଡିଶାର ବିକାଶ ପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।