ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କାର୍ଯ୍ୟକ୍ରମ ସ୍ଥଳୀରେ ଏହି ସବୁ ସାମଗ୍ରୀ ଉପରେ ଲାଗିଛି କଟକଣା

ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କାର୍ଯ୍ୟକ୍ରମ ସ୍ଥଳୀରେ ଏହି ସବୁ ସାମଗ୍ରୀ ଉପରେ ଲାଗିଛି କଟକଣା

ଭାରତର ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ରେ ପ୍ରଣୟନ ହୋଇଥିଲା ବୋଲି ସାରା ଭାରତରେ ଏହି ଦିନକୁ ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଏ। ପ୍ରତ୍ୟେକ ବର୍ଷ ଭଳି ଚଳିତଥର ମଧ୍ୟ ରାଜଧାନୀ ଦିଲ୍ଲୀର ରାଜପଥରେ ପ୍ୟାରେଡ ହେବ । ଏହିଦିନ ସେନାର ଯବାନମାନେ ଆକାଶ, ସ୍ଥଳ ପଥରେ ବିଭିନ୍ନ ପ୍ରକାର ଋଣକୌଶଳ ଦେଖାଇବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଚଳିଚ ବର୍ଷ ପାଖାପାଖି ୩ ଘଣ୍ଟା ଚାଲିବ ବୋଲି ଜଣାପଡିଛି । ଗଣତନ୍ତ୍ର ଦିବସ ଯେଉଁସ୍ଥାନରେ ଆୟୋଜନ କରାଯାଉଛି ତାହାର ଲମ୍ବ ପାଖାପାଖି ୫ କମି ରହିଛି । ପ୍ରଥମେ ରାଷ୍ଟ୍ରପତି ଆସିବା ସମୟରେ ହିଁ ପ୍ୟାରେଡ ଆରମ୍ଭ ହୋଈଥାଏ । ରାଷ୍ଟପତି ନିଜ ସରକାରୀ ବାସଭବନରୁ ଆସିବା ବେଳେ ଘୋଡାରେ ତାଙ୍କ ସୁରକ୍ଷାବାହିନୀ ତାଙ୍କୁ ସୁରକ୍ଷା ଦେଇ ଆଣନ୍ତି ।

publive-imageପ୍ରଧାନମନ୍ତ୍ରୀ ଅମର ଯବାନ ଜ୍ୟୋତି ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳୀ ଦୋବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ଦିନ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହାପରେ ଗୁରୁତ୍ୱପୂର୍ଣ୍ଣ ପର୍ବ ଅର୍ଥାତ୍ ଜାତୀୟ ସଙ୍ଗୀତ ଗାନ କରାଯିବ । ପରେ ପରେ ପରମଭିର ଚକ୍ର, ଭିର ଚକ୍ର, ଅଶୋକ ଚକ୍ର, କିର୍ତୀ ଚକ୍ର ସହ ଅନେକ ପୁରଷ୍କାର ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଆମ ଦେଶରେ ରାଷ୍ଟ୍ରପତି ହେଉଛନ୍ତି ତିନି ସେନାର ମୁଖ୍ୟ । ତେଣୁ ରାଷ୍ଟ୍ରପତି ତିନି ସେନାର ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ । ଏହାସହ ବିଭିନ୍ନ ପ୍ରକାର ସେନାର ଗାଡି,ବାଜା ସହ ଅନେକ ପ୍ରକାର ହସ୍ତତନ୍ତର ଗାଡି ପ୍ୟାରେଡରେ ଭାଗ ନେଇ ନିଜର କଳାକୃତି ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

publive-imageଏହି ପ୍ୟାରେଡରେ କେବଳ ଦିଲ୍ଲୀ ନୁହେଁ ବରଂ ରାଜ୍ୟରୁ ମଧ୍ୟ ଅନେକ ତୋରଣ, କଳାକୃତି ସହ ସଂସ୍କତି ପରିବେଶଣ କରିଥାଆନ୍ତି । ଭାରତର ସମସ୍ତ ରାଜ୍ୟ ଏହି ଦିନକୁ ମହାସମାରୋହରେ ପାଳନ କରିବା ପାଇଁ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ହୋଇସାରିଥିବା ଜଣାପଡିଛି । ଏହି ବିଶାଳ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଟିକେଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକମାନେ ଏହାର ଲାଭ ଉଠାଇପାରିବେ । ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଇଚ୍ଛୁକ ସେମାନେ ମୋବାଇଲ ଫୋନ, ଲାପଟପ,ଡିଡିଟାଲ ଡାଏରୀ, ରିମୋର୍ଟରେ କଣ୍ଟ୍ରୋଲରେ ନିୟନ୍ତ୍ରଣ ହେଉଥିବା କାର ଚାବିକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ନେବା ପାଇଁ ବାରଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe