କନକ ବ୍ୟୁରୋ : ଆଷାଢ ହେଲାଣି ହେଲେ ବର୍ଷା ନାହିଁ । ଜମି ଫାଟି ଆଁ କଲାଣି । ଏକର ଏକର ଜମି ଖାଲି ପଡିଥିବା ବେଳେ ଚାଷ କେମିତି କରିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ କୁଳ । ସୁନ୍ଦରଗଡ କୋଇଡା ଶର୍ଗୀଗଡ଼ରେ ନିରାଶ ହୋଇପଡିଛି ଚାଷୀକୁଳ । ପୂର୍ବବର୍ଷ ଭଲ ଚାଷ ହୋଇଥିଲା ହେଲେ ଯାହା କିଛି ଚାଷ ହୋଇଥିଲା ହାତୀ ଉଜାଡି ଦେଇଥିଲା । ଚାଷୀ ଅଭିଯୋଗ କରିଥିଲେ ବି କୌଣସି ସାହାଯ୍ୟ ପାଇନଥିଲେ । ଏବେ ପୁଣି ବର୍ଷା ଅଭାବରୁ ଜମି ଫାଟି ଆଁ କରିଛି । ଯାହାକୁ ନେଇ ଚାଷୀର ଚିନ୍ତା ବଢିଯାଇଛି ।
ଆଷାଢ ଅଧାରେ ବି ଶୁଖିଲା ପଡିଛି ଚାଷଜମି । କିଭଳି ହେବ ଚାଷ କାର୍ଯ୍ୟ, ପ୍ରଶ୍ନ ଉଠାଇଲେ କୋଇଡା ଶର୍ଗୀଗଡର ଚାଷୀ
/kanak/media/post_attachments/wp-content/uploads/2024/06/37-9.jpg)