ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର ! ଏଣିକି ରେଳ ଟିକେଟ ପାଇଁ ଲଗାଇବାକୁ ପଡିବ ନାହିଁ ଲମ୍ବା ଲାଇନ । ଜାଣନ୍ତୁ କିପରି ସହଜରେ ପାଇପାରିବେ ଟିକେଟ ।

23

ଟ୍ରେନରେ ଯାତ୍ରା କରୁଥିବା ଲୋକ ମାନଙ୍କ ପାଇଁ ଏକ ଖୁସି ଖବର । ଏଣିକି ଟ୍ରେନର ଟିକେଟ କରିବା ପାଇଁ ଆପଣଙ୍କୁ ଆଉ ଲମ୍ବା ଧାଡିରେ ଛିଡାହେବାକୁ ପଡିବନାହିଁ । ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ବ୍ୟସ୍ତରେ ଅଛନ୍ତି ଏବଂ ଟିକେଟ କାଉଣ୍ଟରରେ ଭିଡ ଲାଗିଛି ତେବେ ଚିନ୍ତା କରିବାର ଆଉ ଆବଶ୍ୟକତା ନାହିଁ । ଲାଇନରେ ଛିଡା ନହୋଇ ମଧ୍ୟ ଷ୍ଟେସନରେ ଉପସ୍ଥିତ ଥିବା ଟିଟିଇଙ୍କ ଠାରୁ ଟିକେଟ ପାଇପାରିବେ । ଏହି ବ୍ୟବସ୍ଥା କେବଳ ଜେନେରାଲ କ୍ଲାସ ଟିକେଟ ପାଇଁ ଉପଲବ୍ଧ ରହିଛି । ତେବେ ଯାତ୍ରୀ ମାନେ ଏହି ଟିକେଟ ଟ୍ରେନ ଷ୍ଟେସନ ଛାଡିବା ପୂର୍ବରୁ ହିଁ ଟିଟିଇଙ୍କ ଠାରୁ ଆଣିପାରିବେ । ଟ୍ରେନରେ ବସିବା ପରେ ଏହି ସୁବିଧାର ଲାଭ ଉଠାଇପାରିବେ ନାହିଁ । ଏହି ବ୍ୟବସ୍ଥା କେବଳ ରାଞ୍ଚି ରେଳ ଷ୍ଟେସନ ସହିତ ଦକ୍ଷିଣ ପୂର୍ବ ରେଳବାଇର କେତେକ ଏ-ୱାନ ଷ୍ଟେସନରେ ଉପଲବ୍ଧ ରହିବ ।

ରେଳବାଇ ତରଫରୁ ଆଉ ଏକ ସୁବିଧା ମଧ୍ୟ ଖୁବ ଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଯାତ୍ରୀ ମାନେ ମୋବାଇଲ ଆପ ସାହାଯ୍ୟରେ ମଧ୍ୟ ଟିକେଟ ବୁକ କରିପାରିବେ । କେତେକ ସମୟରେ ଏପରି ମଧ୍ୟ ଦେଖାଦେଇଛି ଟିକେଟ କାଉଣ୍ଟରରେ ଭିଡ ଲାଗିବା କାରଣରୁ ଯାତ୍ରୀ ମାନେ ଟିକେଟ କାଟିବାରେ ବେଳେ ବେଳେ ଅସମର୍ଥ ହୋଇଥାନ୍ତି । ଏମିତିକି ଅନ୍ୟ କୌଣସି କାରଣରୁ ମଧ୍ୟ ଟିକେଟ କରିପାରି ନଥାନ୍ତି । ସେଭଳି ପରିସ୍ଥିତିରେ ଯାତ୍ରୀମାନେ ମୋବାଇଲ ଆପ ଦ୍ୱାରା କିମ୍ବା ଟିଟିଇଙ୍କ ଠାରୁ ଟିକେଟ ଗ୍ରହଣ କରିପାରିବେ ।