ବିଶେଷଜ୍ଞ ଡ଼ାକ୍ତର କହିଲେ ବାୟୁ ବାହିତ ପାଥୋଜେନରୁ ବର୍ତିବା ପାଇଁ ଦୁଇଟି ମାସ୍କ ଜରୁରୀ । ଥ୍ରୀ ଲେୟାର ସର୍ଜିକାଲ ମାସ୍କ ଦୁଇଟି ପିନ୍ଧିବା ପାଇଁ ଦେଲେ ପରାମର୍ଶ

352

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବଡ ତଥ୍ୟ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । କରୋନାର ଏହି ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିପାରିବ ଦୁଇଟି ମାସ୍କ । କରୋନା ଦ୍ୱିତୀୟ ଲହରର ଷ୍ଟ୍ରେନ୍ ଅଧିକ କ୍ଷତିକାରକ , ଏହି ଭାଇରସ ଏବେ ପବନରେ ବ୍ୟାପୁଥିବା ରିପୋର୍ଟ ବି ଆସିଛି । ତେଣୁ ଏଥିରୁ ବର୍ତିବାକୁ ହେଲେ ଆମକୁ କପଡା ମାସ୍କ ଛାଡିବାକୁ ପଡିବ । ଏୟାରବର୍ଣ୍ଣ ପାଥୋଜେନରୁ ବର୍ତିବାକୁ ହେଲେ ଆମକୁ ଗୋଟିଏ ଏନ ୯୫ କିମ୍ୱା କେଏମ୍ ୯୫ ମାସ୍କ ପିନ୍ଧିବାକୁ ପଡିବ । ନଚେତ ତିନୋଟି ସ୍ତର ଥିବା ସର୍ଜିକାଲ ମାସ୍କ ପିନ୍ଧିବାକୁ ପଡିବ । ସେଥିପାଇଁ ଲୋକମାନେ କପଡା ମାସ୍କ ବଦଳରେ ତିନୋଟି ସ୍ତର ବିଶିଷ୍ଟ ସର୍ଜିକାଲ ମାସ୍କ ରୁ ଦୁଇଟି ବ୍ୟବହାର କରି ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ନିରୋଜ ମିଶ୍ର । ଏହା ସହିତ କଟକ ଭୁବନେଶ୍ୱରରେ ସଟଡାଉନ ନକଲେ ଆଗକୁ ସ୍ଥିତି ଭୟଙ୍କର ହେବ ସେ କହିଛନ୍ତି । ବର୍ତମାନ ଆମେ ସଟଡାଉନ ନକଲେ ଆଗାମୀ ସପ୍ତାହକୁ ସ୍ଥିତି ଅତି ଭୟଙ୍କର ହେବ ବୋଲି ସେ କହିଛନ୍ତି  ।