କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ରାଜ୍ୟପାଳ ରଘୁବର ଦାସଙ୍କୁ ଦିଆଗଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଅକ୍ଷତ କଳସ ସହ ରାଜ୍ୟାପାଳଙ୍କୁ ନିମନ୍ତ୍ରଣ କରାଯାଇଛି । ଅଯୋଧ୍ୟାରୁ ଆସିଥିବା କର୍ମକର୍ତା ରାଜ୍ୟପାଳଙ୍କୁ ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳଙ୍କୁ ଦେଇଛନ୍ତି । ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ମନ୍ଦିର । ଏଥିରେ ବହୁ ପ୍ରତିଷ୍ଠିତ ବ୍ୟକ୍ତବିଶେଷ ଯୋଗଦେବେ । ସେଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେବେ । ଏହି ଐତିହାସିକ ମହୋତ୍ସବକୁ ଏକ ଭବ୍ୟ ରୂପରେଖା ଦେବା ପାଇଁ ପ୍ରଶାସନିକ ସ୍ତରରେ ସହଯୋଗ କାମନା କରିଥିଲେ । ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଭୁବନେଶ୍ୱର ମହାନଗର ପ୍ରମୁଖ ଶୁଭ୍ରାଂଶୁ ଶେଖର ଶତପଥୀ, ଉମାଶଙ୍କର ଆଚାର୍ଯ୍ୟ, ପ୍ରସନ୍ନ କୁମାର ସେନାପତି, ପ୍ରଦୀପ୍ତ କୁମର ମହାନ୍ତି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।

Advertisment