କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା । ଶେଷ ପର୍ଯ୍ୟାୟରେ ପହଁଚିଲାଣି ପ୍ରସ୍ତୁତି । ସେପଟେ ଦେଶ ବିଦେଶରୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉପହାର ଓ ଦାନର ସୁଅ ଛୁଟୁଛି । ସୂଚନା ଅନୁସାରେ ବିହାର ପଟନା ମହାବୀର ଟ୍ରଷ୍ଟ ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ସୁନାର ଧନୁ ଓ ତୀର ଉପହାର ଦେଇଛି । ସେହିପରି ଜଣେ ପରିବା ବିକାଳୀ ଟ୍ରଷ୍ଟଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ଘଡି । ଯେଉଁ ଘଡିରେ ଏକା ସହ ୯ଟି ଦେଶର ସମୟ ଦେଖାଯିବ । ଗୁଜରାଟର ହୀରା ବ୍ୟବସାୟୀ କୌଶିିକ କାକାଡିଆ ରାମମନ୍ଦିର ଆକୃତିର ହୀରା ଖଚିତ ହାର ଉପହାର ଭାବେ ପ୍ରଦାନ କରିଛନ୍ତି । ପ୍ରଭୁ ରାମଙ୍କ ଭକ୍ତିରେ ବିଭୋଗ ଅଲ୍ଲୀଗଡର ଏହି ବୃଦ୍ଧ ଦମ୍ପତି ନିଜ ସାରା ଜୀବନର ଜମା ପୁଂଜିରେ ଏହି ୪ଶହ କେଜିର ତାଲା ନିର୍ମାଣ କରିଛନ୍ତି । ଏହା ପିତଲ ଓ ଲୁହାରେ ନିର୍ମାଣ ହୋଇଛି । ସେପଟେ ମାତା ସୀତାଙ୍କ ବାପା ଘର କୁହାଯାଉଥିବା ନେପାଳ ଜନକପୁରରେ ମଧ୍ୟ ଭେଟି ଆସିଛି । ବସ୍ତ୍ର,ଗହଣା ସହ ୩ହଜାର କୁଇଁଟାଲ ଚାଉଳ ଉପହାର ଭାବେ ଦିଆଯାଇଥିବା ସୂଚନା ରହିଛି । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାକୁ ଆସୁଛି ଅଗଣିତ ଉପହାର ଓ ଦାନ ।

Advertisment

ଜାନୁଆରୀ ୨୨ । ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ଯାହା ପାଇଁ ଉତରପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଦଭୁତ ପ୍ରସ୍ତୁତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସାରା ଅଯୋଧ୍ୟା ପାଇଁ କଡ଼ା ତଥା ଅଦଭୁତ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପାରା ମିଲିଟାରୀ ଫୋର୍ସ, ଏଟିଏସ, ଏସପିଜି, ପିଏସିଙ୍କୁ ମୃତୟନ କରାଯିବ । ଏଥିସହ ସହରର କୋଣ ଅନୁକେଣକୁ ଜଗିବ ସିସିଟିଭି ଓ ହିଡେନେ କ୍ୟାମେରା । ପ୍ରାଣପ୍ରତିଷ୍ଠା ସମୟରେ ଯେଉଁମାନେ ଅଯୋଧ୍ୟାରେ ପହଁଚିବେ ସେ ସମସ୍ତଙ୍କ ପରିଚୟ ଓ ଠିକଣା ପୁଲିସ ପାଖରେ ରହିବ      । ଜାନୁଆରୀ ୨୦ରୁ ୨୨ ତରିଖ ପର୍ଯ୍ୟନ୍ତ ସାଧାରଣ ଶ୍ରଦ୍ଧାଳ ମନ୍ଦିର ମନା । ସୁରକ୍ଷା ବ୍ୟବସ୍ଥା ପାଇଁ ଉତରପ୍ରଦେଶ ପୁଲିସ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଉଛି । ରାଜ୍ୟ ଓ କେନ୍ଦ୍ର ସୁରକ୍ଷା ଏଜେନ୍ସି ମଧ୍ୟ ନିୟୋଜିତ ରହିବେ ।

ମିଳିଥିବା ସୂଚନା ଅନୁସାରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ଅଯୋଧ୍ୟାର ସମସ୍ତ ଛୋଟବଡ ମନ୍ଦିର, ମଠକୁ ସ୍ୱତନ୍ତ୍ର ଭାବେ ସଜା ଯିବ । ପ୍ରାୟ ୮ଶହ କାରିଗରଙ୍କ ଦ୍ୱାରା ଦେଢ କୁଇଂଟାଲ ଫୁଲରେ ଏକ ଭବ୍ୟ ତୋରଣ ସହ ରାମମନ୍ଦିର ସାଜସଜା ଯୋଜନା କରାଯାଇଛି ।। କୋଲକାତା, ଦିଲ୍ଲୀ,ବେଙ୍ଗାଲୁର ସହ ବିଦେଶରୁ ଆସିବ ସ୍ୱତନ୍ତ୍ର ଫୁଲ । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଗୁୁରୁବାର ବଡ ଘୋଷଣା କରିଛି । ମନ୍ଦିର ଆଖପାଖରେ ଥିବା ସମସ୍ତ ଅସ୍ଥାୟୀ ଦୋକାନକୁ ଉଠାଯିବା ସହ ପାନ, ଗୁଟକା ଓ ନିଶା ଦ୍ରବ୍ୟ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।