ପ୍ରଳୟଙ୍କାରୀ ବାତ୍ୟା ଫୋନିରେ ପ୍ରାୟ ୨୦ ଲକ୍ଷ ଗଛ ନଷ୍ଟ ହୋଇଯାଇଥିଲା । ଏହାକୁ ଭରଣା କରିବା ଲାଗି ଆହୁରି ପାଖାପାଖି ୨୦ ବର୍ଷ ସମୟ ଲାଗିବ ବୋଲି କହିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ତଥାପି ଫୋନିର ତାଣ୍ଡବରେ ନଷ୍ଟଭ୍ରଷ୍ଟ ହୋଇଥିବା ଗଛ ଗୁଡ଼ିକର ପୁନରୁଦ୍ଧାର କରିହେବ କି ନାହିଁ ତାହା ସନ୍ଦେହ ବୋଲି କହିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଫୋନିରେ ଅପୂରଣୀୟ କ୍ଷତି ହୋଇଥିଲା । ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଅନେକ ସମୟ ଲାଗିବ ବୋଲି କହିଥିଲେ ମନ୍ତ୍ରୀ । କ୍ଷୟକ୍ଷତିକୁ ଭରଣା କରିବା ପାଇଁ ସରକାର ଏବେବି ପ୍ରୟାସ ଜାରି ରଖିଛନ୍ତି। ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ରାଜଧାନୀ ଓ ବିଭିନ୍ନ ଉପକୂଳିଆ ଅଂଚଳର ପୁନରଦ୍ଧାର କରିବା ପାଇଁ ସରକାର,ଜନତା,ପ୍ରଶାସନର ପ୍ରଶଂସା ଯେତେ କଲେ ବି ତାହା କମ୍ ପଡିଯିବ ।
ଫୋନିରେ ଯେଉଁ ଗଛ ଗୁଡ଼ିକ କମ କ୍ଷତିଗ୍ରସ୍ତ ହୋଇଛି, ତାହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା ଚଳାଇଥିଲେ , ଯାହା ଏବେ ସଫଳ ହେଲା ଭଳି ଦିଶୁଛି । ଅଧା ଉପୁଡ଼ିଥିବା ଗଛ ଗୁଡ଼ିକୁ କିପରି ସିଧା କରାଯିବ, ତା’ମୂଳରେ ମାଟି ଦିଆଯିବ ଏହାସହ ବର୍ଷା ଆସିବା ପର୍ୟ୍ୟନ୍ତ ପାଣି ଦେବାର ବ୍ୟବସ୍ଥା କରିଥିଲେ ସରକାର । କେବଳ ସରକାରୀ ଜମିରେ ନୁହେଁ ବେସରକରୀ ଜମିରେ ଥିବା ସମସ୍ତ ଗଛ ଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ ସମସ୍ତ ପ୍ରକାର ସରକାରୀ ଅଧିକାରୀଙ୍କୁ କୁହାଯାଇଥିଲା । ଫୋନି ନେଇ ଜଙ୍ଗଲ ବିଭାଗର ସମୀକ୍ଷା ପରେ ଏହା କହିଥିଲେ ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବାକୁ ନେଇ ସୂଚନା ଦେଇଥିଲେ ଜଙ୍ଗଲ ମନ୍ତ୍ରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/SIBANI2.jpg)
/kanak/media/post_attachments/wp-content/uploads/2019/12/ewwckiiprs-1539399917-300x158.jpg)