ସରକାରୀ ନିୟମର ଖୋଲାଖୋଲି ଉଲଘଂନ । ରାସନ ଚାଉଳ ପାଇଁ ମାଇଲ ମାଇଲ ଯାଉଛନ୍ତି ବୃଦ୍ଧ ବୃଦ୍ଧା, ଡିଲରଙ୍କ ମନମାନୀକୁ ବିରୋଧ

Advertisment
ସରକାରୀ ନିୟମର ଖୋଲାଖୋଲି ଉଲଘଂନ । ରାସନ ଚାଉଳ ପାଇଁ ମାଇଲ ମାଇଲ ଯାଉଛନ୍ତି ବୃଦ୍ଧ ବୃଦ୍ଧା, ଡିଲରଙ୍କ ମନମାନୀକୁ ବିରୋଧ

କନକ ବ୍ୟୁରୋ : ସରକାର ଦେଉଛନ୍ତି ମାଗଣା ଚାଉଳ । ପରିଣତ ବୟସରେ ହିତାଧିକାରୀଙ୍କୁ ଘରେ ଚାଉଳ ଯୋଗାଇବାକୁ ନିୟମ ରହିଥିଲେ ବି ଡିଲର ମାନିବାକୁ ନାରାଜ । ଚାଉଳ ଗଣ୍ଡାଏ ପାଇଁ ନିଜ ଗାଁ ଠାରୁ ୫ କିଲୋମିଟର ଅଧିକ ରାସ୍ତା ଚାଲି ଚାଲି ଯାଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ଜଙ୍କିଆ ଗଡ ସାହି ପଂଚାୟତର ହିତାଧିକାରୀ । ସବୁବେଳେ ଭିଡ ଲାଗିରହିଥିବା ଜଗନ୍ନାଥ ସଡକ ଅତିକ୍ରମ କରି ଯାଉଛନ୍ତି । ଗୋଟିଏ ଦିନ ଟିପ ଦେବାକୁ ଯାଉଛନ୍ତି ଓ ଅନ୍ୟ ଦିନ ଚାଉଳ ଆଣିବାକୁ । ଖରା ହେଉ କି ବର୍ଷା ହେଉ ମାଇଲ ମାଇଲ ବାଟ ଅତିକ୍ରମ କରିଯିବା ସହିତ ଡିଲଙ୍କୁ ମଧ୍ୟ ଟଙ୍କା ଦେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀମାନେ ।

ସରକାର ମାଗଣା ଚାଉଳ ଦେଉଛନ୍ତି ସତ କିନ୍ତୁ ହିତାଧିକାରୀମାନେ ଅନେକ ସମସ୍ୟା ଭିତରେ ଏହି ଚାଉଳ ପାଉଛନ୍ତି । ବୃଦ୍ଧ ବୃଦ୍ଧା ହିତାଧିକାରୀମାନେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି । ସମସ୍ୟା ନେଇ ବାରମ୍ବାର ଜଣାଇଥିଲେ ବି ସମସ୍ୟା ପ୍ରତି କିନ୍ତୁ କାହାର ନଜର ନାହିଁ । ନା ପ୍ରଶାସନ ପାଖରେ ନା ଖାଉଟି ବିଭାଗ ପାଖରେ ଖବର ରହିଛ ିା ପ୍ରତି ଗାଁକୁ ରାସନ ଚାଉଳ ଯୋଗାଇ ଦେବାକୁ ହିତାଧିକାରୀମାନେ ଜଣାଇଛନ୍ତି ।

୪ଟି ଗାଁର ହିତାଧିକାରୀମାନେ ଚାଉଳ ପାଇଁ ଦୂରକୁ ଯାଉଥିବା ବେଳେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଇ ଘରେ ଘରେ ରାସନ ଚାଉଳ ଯୋଗାଇ ଦିଆଯାଇପାରିଲେ ଲୋକେ ଉପକୃତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe