ସିନେମା ସୁଟିଂର ବିଚିତ୍ର ଘଟଣା । ଗୋଟିଏ ମିନିଟର ସିନ ପାଇଁ ୩ଦିନ ଲାଗିଲା ସୁଟିଂ, ଜାଣନ୍ତୁ କିଏ ସାଜୁଥିଲା ବାଧକ ?

1,227

କନକ ବ୍ୟୁରୋ : ଆମେ ହଲରେ ୩ ଘଂଟାର ଫିଲ୍ମ ଦେଖିବା ପରେ ଏହାକୁ ନେଇ ଅନେକ କଥା କହିଥାଉ । କେବେ ଫିଲ୍ମକୁ ପସନ୍ଦ କରିଥାଉ ତ ଆଉ କେତେବେଳେ ନିନ୍ଦା ମଧ୍ୟ ଦେଇଥାଉ । କିନ୍ତୁ ଗୋଟିଏ ୩ ଘଣ୍ଟିଆ ସିନେମାର ସୁଟିଂ ପାଇଁ କେତେ ସମୟ ଲାଗେ ? ତାହା ପ୍ରଯୋଜକ, କଳାକାର ଓ ସୁଟିଂ ସେଟର ପରିବେଶ ଉପରେ ନିର୍ଭର କରିଥାଏ । ତେବେ ଆଜି ଆମେ ଏମିତି ଏକ ହିଟ୍ ଫିଲ୍ମ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁ ଫିଲ୍ମର ଗୋଟିଏ ମିନିଟର କିସ ସିନ ପାଇଁ ୩ଦିନ ସୁଟିଂ ସେଟରେ କସରତ କରିଥିଲେ ହିରୋ ଓ ହିରୋଇନ ।

ତେବେ ଆମେ ଯେଉଁ ଫିଲ୍ମ ସମ୍ପର୍କରେ କହୁଛୁ ତାହା ହେଉଛି ବ୍ଲକ ବ୍ଲଷ୍ଟର ଭାବେ ହିଟ୍ ହୋଇଥିବା ବଲିଉଡର ଜଣାଶୁଣା ସିନେମା ‘ରାଜା ହିନ୍ଦୁସ୍ଥାନୀ’ । ଏହି ଫିଲ୍ମରେ ଥିବା ଗୋଟିଏ ମିନିଟର କିସିଂ ସିନ ପାଇଁ ଅମିର ଖାନ ଏବଂ କରିସ୍ମା କପୁର ୩ଦିନ ସମୟ ନେଇଥିଲେ । ଉଟିରେ ପ୍ରବଳ ଥଣ୍ଡା ହେଉଥିବାବେଳେ ଏହି ସିନର ସୁଟିଂ ଚାଲୁଥିଲା । ସମସ୍ତେ ଚାହୁଁଥିଲେ କିଭଳିଭାବେ ଶୀଘ୍ର ସୁଟିଂ କରିବେ । କିନ୍ତୁ ନିର୍ଦ୍ଦେଶକ ଏହି ସିନ୍ ପରଫେକ୍ଟ ବୋଲି କହୁନଥିଲେ । ପାଖାପାଖି ୪୭ଟି ଟେକ୍ ମଧ୍ୟ ନେଇଥିଲେ । ସବୁଠାରୁ ବଡ଼କଥା ହେଉଛି କି, ସକାଳ ୭ଟାରୁ ସୁଟିଂ ଆରମ୍ଭ ହେଉଥିବାବେଳେ ସଂନ୍ଧ୍ୟା ୬ଟା ଯାଏଁ ଚାଲୁଥିଲା । ତିନିଦିନ ଧରି ଅମିର ଓ କରିସ୍ମା କଠିନ ପରିଶ୍ରମ କରିଥିଲେ ସୁଦ୍ଧା ନିର୍ଦ୍ଦେଶକ ଏହାକୁ ଗ୍ରୀନ ସିଗନାଲ ଦେଉନଥିଲେ । ଅମିର ଖାନ ଏବଂ କରିସ୍ମା ମଧ୍ୟ ସିନ ଶେଷ କରିବା ଲାଗି ଜୋରଦାର ପ୍ରୟାସ କରୁଥିଲେ । ଶେଷରେ ତିନି ଦିନ ଆଉ ୪୭ଟି ଟେକ ପରେ ନିର୍ଦ୍ଦେଶକ ସିନକୁ ପରଫେକ୍ଟ ବୋଲି କହିଥିଲେ ।

ଅନ୍ୟପଟେ ଦେଖିବାକୁ ଗଲେ ସେହି ସମୟରେ ଗୋଟିଏ ମିନିଟର କିସ ସିନ ପାଇଁ ପ୍ରାୟତଃ ହିରୋଇନମାନେ ରାଜି ହେଉନଥିଲେ । ଯେତେବେଳେ କରିସ୍ମାକୁ ଫିଲ୍ମର ଅଫର ଯିଆଯାଇଥିଲା ସେ ଏକ ଘଡ଼ିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିଲେ । ଆଉ ଫିଲ୍ମର କାହାଣୀ ଶୁଣିବା ପରେ ସେ ରାଜି ହୋଇଯାଇଥିଲେ । ପ୍ରଥମେ ପ୍ରଥମେ କରିସ୍ମା ଏବଂ ଅମିର ଟିକେ ନର୍ଭସ ଥିଲେ । କିନ୍ତୁ ପରବର୍ତୀ ସମୟରେ ସେମାନେ ପରଫେକ୍ଟ ସିନ୍ ଦେଇଥିଲେ । ଏକ ଇଣ୍ଟରଭ୍ୟୁ ସମୟରେ କରିସ୍ମା ନିଜେ ଏହି କଥା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି, ଏମିତି ଏକ ସମୟଥିଲା କି ମୋ କ୍ୟାରିୟର ମଧ୍ୟ ବୁଡ଼ିବାକୁ ଯାଉଥିଲା । ଆଉ ଏଭଳି ଏକ ସମୟରେ ଏହି ଫିଲ୍ମର ସଫଳତା ମୋତେ ଏକ ନୂଆ ପରିଚୟ ଦେଇଛି । ମୁଖ୍ୟତଃ ଏହି ଫିଲ୍ମର ଗୀତ ଗୁଡ଼ିକ ମଧ୍ୟ ଜବରଦସ୍ତ ହିଟ୍ ହୋଇଥିଲା । ଆଉ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିବାବେଳେ ଭଲ ରୋଜଗାର କରିଥିଲା । ଆଜି ମଧ୍ୟ ଫିଲ୍ମର ହିଟ୍ ଗୀତ ଗୁଡ଼ିକୁ ଗୁଣୁଗୁଣାଉଛନ୍ତି ଶ୍ରୋତା ।