ମଧ୍ୟପ୍ରଦେଶ ଉଜ୍ଜେନ ଜିଲ୍ଲାର ମହିଦପୁର ଏସଡିଏମ ଦଳିତଙ୍କୁ ନେଇ କିଛି ନିଷ୍ପତ୍ତି ଜାରି କରିଛନ୍ତି । ମହିଦପୁର ତହସିଲରେ ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଅବଗତ କରିଦିଆଯାଇଛି ଯେ, ଯଦି ଗାଁରେ କୌଣସି ଦଳିତ ପରିବାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୁଏ ତେବେ ବାହାଘରର ୩ଦିନ ପୂର୍ବରୁ ନିକଟରେ ଥିବା ପୋଲିସ ଷ୍ଟେସନରେ ଲିଖିତ ଆକାରରେ ଏକ ଆବେଦନ ପତ୍ର ଦାଖଲ କରିବାକୁ ପଡିବ । ନଚେତ ଗାଁ ଦାଣ୍ଡରେ ଦଳିତ ମାନଙ୍କ ବରଯାତ୍ରୀ ଚାଲିପାରିବେ ନାହିଁ କି ବିବାହ କରୁଥିବା ବର ଘୋଡାରେ ଚଢି ପାରିବ ନାହିଁ । ତେବେ ଏସଡିଏମଙ୍କ ଏହି ନିୟମକୁ ଦଳିତ ସଂଗଠନ ସହଜରେ ଗ୍ରହଣ କରପାରିନାହିଁ । ଏହାକୁ ବିରୋଧ କରିବା ସହ ଏସଡିଏମଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ଗତ ଏପ୍ରିଲ ୩୦ ତାରିଖରେ ରାଜସ୍ଥାନର ଭିଲବାଡା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗାଁରେ ଏକ ଦଳିତ ବ୍ୟକ୍ତିର ବିବାହ ହେଉଥିଲା । ବିବାହ କରୁଥିବା ବ୍ୟକ୍ତି ଘୋଡାରେ ବସି ରୋଷଣି କରି ଯାଉଥିବା ବେଳେ ଉଚ୍ଚ ଜାତିର କିଛି ଲୋକ ବରକୁ ମାଡ ମାରିବା ସହ ଘୋଡାରୁ ଓହ୍ଲାଇବା ପାଇଁ ବାଧ୍ୟ କରିଦେଇଥିଲେ । ପୋଲିସ ଉକ୍ତ ଘଟଣାର ଛାନ୍ ଭିନ୍ କରି ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିଥିଲା ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଗୁଜୁରାଟରେ ଏପରି ଏକ ଘଟଣା ସମ୍ନାକୁ ଆସିଥିଲା । ଜଣେ ଦଳିତ ପରିବାରର ଯୁବକ ଘୋଡା ଚଢି ରାଜରାସ୍ତାରେ ଯିବା ବେଳେ ଉଚ୍ଚ ଜାତିର କିଛି ଲୋକେ ଏହାକୁ ବିରୋଧ କରି ଯୁବକଙ୍କୁ ପିଟି ପିଟି ହତ୍ୟା କରିଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/randery-poojavinaywed-79.jpg)
/kanak/media/post_attachments/wp-content/uploads/2018/05/marriage-300x165.jpg)