୧ ଲକ୍ଷ ମୂଷାଙ୍କୁ ମାରିବା ପାଇଁ ଲାଗିଲା ୭ ବର୍ଷ ! ଖର୍ଚ୍ଚ ହେଲା ୧୦୦ କୋଟିରୁ ଅଧିକ ଟଙ୍କା ।

101

ଭାରତର ବହୁ ସ୍ଥାନରେ ମୂଷାକୁ ଭଗବାନ ଗଣେଷଙ୍କ ବାହାନ ଭାବରେ ପୂଜା କରାଯାଇଥାଏ । ଏପରି ମଧ୍ୟ ଦେଖିବାକୁ ମିଳିଛି କିଛି କିଛି ସ୍ଥାନରେ ମୂଷା ମାନଙ୍କୁ ଲୋକେ ନିଜ ହାତରେ ଖାଦ୍ୟ ଖୁଆଇଥାନ୍ତି । କିନ୍ତୁ ଏବେ ମୂଷାଙ୍କ ପାଦୁର୍ଭାବ ଏତେ ମାତ୍ରାରେ ବଢିବାରେ ଲାଗିଲାଣି ଯାହା ଫଳରେ ହଜାର ହଜାର କୁଇଣ୍ଟାଲର ଫସଲ କ୍ଷତିଗ୍ରସ୍ତ ହେଉଛି । ଠିକ ସେହିପରି ବ୍ରିଟେନରେ ମଧ୍ୟ ଏହିପରି କିଛି ସମସ୍ୟା ସାମ୍ନାକୁ ଆସିଛି । ବ୍ରିଟେନର ଏକ ଅଞ୍ଚଳରେ ମୂଷାଙ୍କ ପାଦୁର୍ଭାବ ବୃଦ୍ଧି ହେବା କାରଣରୁ ଜୈବ ବିବିଧତା ଉପରେ କୁପ୍ରଭାବ ଦେଖାଦେଇଛି ।

ସୂଚନା ଅନୁଯାୟୀ, ବ୍ରିଟିସର ସାଉଥ ଜର୍ଜିୟା ଆୟର୍ଲ୍ୟାଣ୍ଡରେ ମୂଷାଙ୍କ ପାଦୁର୍ଭାବ ବୃଦ୍ଧି କାରଣରୁ ଏଠାରେ ବାସ କରୁଥିବା ୧୦ କୋଟିରୁ ଅଧିକ ସମୁଦ୍ରୀ ପକ୍ଷୀ ମାନଙ୍କ ସଂଖ୍ୟା ହ୍ରାସ ହୋଇ ୧୦ ଲକ୍ଷରେ ପହଞ୍ଚି ଥିଲା । ଏହି ଆୟର୍ଲ୍ୟାଣ୍ଡରେ ଫର ସିଲ, ଏଲିଫ୍ୟାଣ୍ଟ ସିଲ , ଏବଂ ବିଭିନ୍ନ ପ୍ରକାରର ପକ୍ଷୀ ବାସ କରନ୍ତି । ଦୁନିଆର ପ୍ରାୟ ୮୧ ପ୍ରତିଶତ ପକ୍ଷୀ ଏଠାରେ ବାସ କରୁଥିବା ବେଳେ ୯୮ ପ୍ରତିଶତ ସିଲ ଦେଖିବାକୁ ମିଳିଥାନ୍ତି । ଠିକ ସେହି ଭଳି ବ୍ରିଟିସ ଆଣ୍ଟଲାଟିକା ସମୁଦ୍ରର ଓବରସିଜ୍ ଦ୍ୱିପରେ ମୂଷା ମାନଙ୍କ କାରଣରୁ ବହୁ ପରିମାଣରେ କ୍ଷତି ହୋଇଥିଲା । ଏଠାକୁ ଡଙ୍ଗାରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ସହ ମୂଷା ମଧ୍ୟ  ଆସିବାକୁ ଲାଗିଥିଲେ  । ଏଠାରେ ପହଞ୍ଚି ମୂଷା ତାଙ୍କର ସଂଖ୍ୟା ବୃଦ୍ଧି କରିବାକୁ ଲାଗିଲେ । ସଂଖ୍ୟା ବୃଦ୍ଧି ହେବା ଫଳରେ ଏଠାରେ ବାସ କରୁଥିବା ପକ୍ଷୀ ଏବଂ ପେଙ୍ଗୁଇନଙ୍କ ଉପରେ କୁପ୍ରଭାବ ପଡିବାକୁ ଲାଗିଲା । ମୂଷା ମାନେ ପକ୍ଷୀ ମାନଙ୍କ ଅଣ୍ଡା ଏବଂ ଛୁଆ ମାନଙ୍କୁ  ଖାଇବାକୁ ଲାଗିଲେ ଯାହା ଫଳରେ ପକ୍ଷୀ ମାନଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାକୁ ଲାଗିଲା ।

ତେଣୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ୨୦୧୧ରେ ମୂଷାଙ୍କ ପାଦୁର୍ଭାବ ରୋକିବା  ପାଇଁ  ଏକ ଅଭିଯାନ ଆରମ୍ଭ କରାଗଲା । ହେଲିକାପ୍ଟର ସାହାଯ୍ୟରେ ୨,୬୯,୦୦୦ ଏକର ଅଞ୍ଚଳରେ ମୂଷାଙ୍କୁ ମାରିବା ପାଇଁ ୩୦୦ ଟନରୁ ଅଧିକ ବିଷାକ୍ତ ଖାଦ୍ୟ ଏହି ଦ୍ୱିପରେ ପକାଗଲା । ଯାହା ଫଳରେ ମୂଷା ମାନଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭାବରେ ହ୍ରାସ ହୋଇପାରିଲା । ଏହି ଅଭିଯାନ ପୁରା ହେବାକୁ ପ୍ରାୟ ୭ ବର୍ଷ ସମୟ ଲାଗିଥିଲା । ଏବଂ ମୂଷା ମାନଙ୍କୁ ମାରିବା ପାଇଁ ୭ ବର୍ଷ ମଧ୍ୟରେ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । କେବଳ ସେତିକି ନୁହେଁ ଭାରତରେ ମଧ୍ୟ ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହେଉଛି ।