କରୋନା ପାଇଁ ଚଳିତବର୍ଷ ୩୦ ପ୍ରତିଶତ କମିଲା ସିଲାବସ : ୩ଟି କମିଟିର ସୁପାରିସ ଆଧାରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବାସ ହ୍ରାସ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା 

1,066

କନକ ବ୍ୟୁରୋ : କମିଲା ଚଳିତ ଶିକ୍ଷାବର୍ଷର ସିଲାବସ୍ । ୩୦ ପ୍ରତିଶତ ସିଲାବସ କମାଇଲା ଗଣଶିକ୍ଷା ବିଭାଗ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ସିଲାବସ୍ କମାଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ମହାମାରୀ କରୋନା ଯୋଗୁଁ ସ୍କୁଲ-କଲେଜ ବନ୍ଦ ରହିଛି । ତେଣୁ ପାଠପଢାରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ଅନଲାଇନ୍ରେ ପାଠପଢା ହେଉଥିଲେ ବି ସବୁ ସ୍ଥାନରେ ସବୁ ପିଲା ଏହାରୁ ସୁଫଳ ପାଇ ପାରୁନାହାନ୍ତି ।

ତେଣୁ ସିଲାବସ୍ କମାଇବା ପାଇଁ ନିଷ୍ପତି ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏକ ସିଲାବସ୍ କମିଟି ନୂଆ ସିଲାବସ୍ ପ୍ରସ୍ତୁତ କରିଛନ୍ତି । ଗଣଶିକ୍ଷା ବିଭାଗର ୱେବସାଇଟ୍ରେ ସଂଶୋଧିତ ସିଲାବସ୍ ଉପଲବ୍ଧ ହେବ । ଏସସିଇଆରଟି, ବିଏସଇ ଏବଂ ସିଏଚଏସଇ ୱେବ ସାଇଟ୍ରୁ ନୂଆ ସିଲାବସ ପାଇ ପାରିବେ ଛାତ୍ରଛାତ୍ରୀ ।