କରୋନା ପାଇଁ ଏଥର ହେବନି ପାର୍ଲାମେଂଟର ଶୀତକାଳୀନ ଅଧିବେଶନ : ସବୁ ପକ୍ଷର ସହମତି ଥିବା କହିଲେ ସଂସଦୀୟ ମନ୍ତ୍ରୀ

54

କନକ ବ୍ୟୁରୋ : ଏ ବର୍ଷ ହେବନି ପାର୍ଲାମେଂଟର ଶୀତକାଳୀନ ଅଧିବେଶନ । କେନ୍ଦ୍ର ସରକାର ଘୋଷଣା କରିଛନ୍ତି, କୋଭିଡ ପାଇଁ ଏଥରର ଶୀତକାଳୀନ ଅଧିବେଶନର ଆୟୋଜନ କରାଯିବ ନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସବୁ ପକ୍ଷଙ୍କ ସହମତିରେ ଏଭଳି ନିଷ୍ପତି ନିଆଯାଇଛି । କରୋନା ସଂକ୍ରମଣ ଯୋଗୁଁ କେହି ବି ସପକ୍ଷରେ ନଥିଲେ । ଏବେ ସିଧା ଜାନୁଆରୀରେ ପାର୍ଲାମେଂଟର ବଜେଟ ଅଧିବେଶନ ହେବ ।

ପ୍ରହ୍ଲାଦ ଯୋଶୀ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠିର ଜବାବ ଦେଇଛନ୍ତି । ଅଧିର, କୃଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ପାର୍ଲାମେଂଟ ଅଧିବେଶନ ଡାକିବାକୁ ଚିଠି ଲେଖିଥିଲେ । ଜବାବରେ ଯୋଶୀ କହିଛନ୍ତିଷ ସମସ୍ତଙ୍କ ସହ ଆଲୋଚନା ପରେ ଅଧିବେଶନ ନ କରିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି ।