ଉପକୂଳରେ କାଳବୈଶାଖୀର ତାଣ୍ଡବ ! ପୁରୀରେ ପବନ ଛିଡାଇଦେଲା ପତିତପାବନ ବାନା

Advertisment
ଉପକୂଳରେ କାଳବୈଶାଖୀର ତାଣ୍ଡବ ! ପୁରୀରେ ପବନ ଛିଡାଇଦେଲା ପତିତପାବନ ବାନା

????????????????????????????????????

କନକ ବ୍ୟୁରୋ : ରବିବାର ସନ୍ଧ୍ୟାରେ ପୁରୀରେ ପ୍ରବଳ ଝଡ଼ତୋଫାନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ
ହୋଇପଡିଥିଲା । ପବନ ସାଙ୍ଗକୁ ଧୂଳିଝଡ଼ରେ ଲୋକେ ନାକେଦମ୍ ହୋଇଛନ୍ତି। ଏହାର ପ୍ରଭାବରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଚିରିଯାଇଛି। ସେହିଭଳି ସହରର ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ପଡିଥିବା ବେଳେ ହୋଡିଂ, ବ୍ୟାନର ସବୁ ଉଡ଼ି ତଳେ ପଡିଛି। ପୁରୀ ରେଳ ଷ୍ଟେସନରେ ଲାଗିଥିବା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା ମଧ୍ୟ ଚିରିଯାଇଛି। ପବନରେ ମେଡ଼ିକାଲ ଛକରେ ରହିଥିବା ଟ୍ରାଫିକ୍ ପୋଷ୍ଟ ଓଲଟି ପଡ଼ିଛି।
publive-imageପ୍ରବଳ ଧୂଳିଝଡ ଯୋଗୁ ସମୁଦ୍ରକୂଳ ଓ ବଡଦାଣ୍ଡରେ ଲୋକେ ଘରୁ ବାହାରି ପାରିନାହାନ୍ତି। ବେଳାଭୂମି ଅଞ୍ଚଳରେ ପ୍ରବଳ ମାତ୍ରାରେ ବାଲି ଉଡ଼ିବାରୁ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇ ଯାଇଥିଲା। ଝଡ଼ ପ୍ରଭାବରେ କେବଳ ବଡଦାଣ୍ଡ ଓ ସମୁଦ୍ରକୂଳ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ଥିବା ବେଳେ ପୁରୀ ଆଖପାଖ ଅଞ୍ଚଳ ଅନ୍ଧାରରେ  କିଛି ସମୟ ରହିଥିବା ନେଇ ସୂଚନା ମିଳିଛି । ତେବେ କେବଳ ପୁରୀରେ ନୁହେଁ ବରଂ ରାଜ୍ୟର ଅନେକ ସ୍ଥାନରେ ଗତକାଲି ପ୍ରବଳ ହେବା ସହ ଅନେକ ସ୍ଥାନରେ ଗଛ ଓ ରାସ୍ତା ନିକଟରେ ଲାଗିଥିବା ପୋଷ୍ଟର ଗୁଡିକ ମଧ୍ୟ ଚିରିଯାଇଥିବା ଦେଖିବାକୁ ମିଳିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe