ମେଡ଼ିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛି ବାହାନଗା ପୁସୁଙ୍ଗ ଗାଁର ନବମ ଶ୍ରେଣୀର ଝିଅ । ଏପଟେ ଚିକିତ୍ସା ପାଇଁ ଅର୍ଥଅଭାବରୁ ଭିକ ମାଗୁଛନ୍ତି ପରିବାର

1,716

କନକ ବ୍ୟୁରୋ : କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ଗେଲ୍ଲି ନାତୁଣୀ । ଏପଟେ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ କାନି ପତେଇ ଭିକ୍ଷା ମାଗୁଛନ୍ତି ଜେଜେମା’ । ବିଏସକେୱାଇ କାର୍ଡ଼ରୁ ଅର୍ଥ ସରିଯିବା ପରେ ସହାୟତା ପାଇଁ ନିବେଦନ କରିଛନ୍ତି ଅଭାବି ପରିବାର । କାରଣ କିଛି ଅର୍ଥ ଯୋଗାଡ଼ ହେଲେ ଝିଅର ଉନ୍ନତ ଚିକିିତ୍ସା ହୋଇପାରିବ । ବାଲେଶ୍ୱର ବାହାନଗା ପୁସୁଙ୍ଗ ଗାଁର ନବମ ଶ୍ରେଣୀର ଝିଅ ଲିଜା ମଲ୍ଲିକ । ଗତ ଫେବୃଆରୀ ମାସରେ ଧାନ କୁଟା ମେସିନରେ ଧାନ ଭାଙ୍ଗୁଥିବା ବେଳେ ମୁହଁରେ ବାନ୍ଧିଥିବା ଓଡ଼ଣୀ ଲାଗି ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏବେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଅର୍ଥ ସାଜିଛି ବାଧକ ।

୧୪ ବର୍ଷର ଝିଅ ମେଡ଼ିକାଲରେ ପଡ଼ିଥିବା ବେଳେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ମାସେ ୨୦ ଦିନ ହେଲାଣି ଝିଅ ମେଡ଼ିକାଲରେ ଚିକିତ୍ସା ହେଲାଣି । କାର୍ଡ଼ରୁ ସବୁ ଟଙ୍କା ସରିଯିବା ପରେ ଏବେ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ । ତେଣୁ ପରିବାର ଲୋକେ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ।

ଝିଅର ଜୀବନ ବଂଚିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାର ସହାୟତାର ହାତବଢ଼ାଇଲେ ଲିଜାର ଜୀବନ ବଂଚିପାରନ୍ତା । ଅସହାୟ ଗରିବ ଝିଅଟିକୁ ସହାୟତା କରିବାକୁ ଚାହୁଁଥିଲେ.. ଲିଜାଙ୍କ ମା’ଙ୍କ ନାମ- ସାବିତ୍ରୀ ମଲିକ,

SBI A/C No-34487303837

IFSC -SBIN0006411

PHONE PAY—7077336900

MOBILE NO- 6371090157   ରେ ଯୋଗାଯୋଗ କରିପାରିବେ ।